ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)-କୋଭିଡ୍ ମହାମାରୀ ମଧ୍ୟରେ ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଙ୍ଗ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ ଯବାନଙ୍କର କୋଭିଡ୍ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଭାରତର ନିର୍ବାଚନ କମିଶନର ଶୁକ୍ରବାର ଘୋଷଣା କରିଛନ୍ତି। ଏହାଛଡା ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଭାରତ ଇଲେକ୍ଟ୍ରୋନିକ ଓ ଇସିଆଇଏଲର ଇଞ୍ଜିନିୟରମାନେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦିଆଯିବ।