୩ ମାସ ହେଲା କର୍ମଚାରୀଙ୍କୁ ଦରମା ମିଳୁନି

ଛତ୍ରପୁର,୨୬।୯(ସନ୍ତୋଷ ପାଢ଼ୀ ):ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଟିଟାନିୟମ ପ୍ଲାଣ୍ଟରେ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମାୟ ମିଳିନି। ଏ ନେଇ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ୁଛି। ମଙ୍ଗଳବାର ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ମହାସଂଘ ଛତ୍ରପୁର ଆସି ଜିଲା ଶ୍ରମ ଅଧିକାରୀଙ୍କୁ ଏସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ କହିବାନୁଯାୟୀ ୭ ବର୍ଷ ହେଲା 300 ଜଣ କର୍ମଚାରୀ ଉକ୍ତ ପ୍ଲାଣ୍ଟରେ କାମ କରି ଆସୁଛନ୍ତି। ଏବେ ୩ ମାସ ହେଲା ଦରମା ମିଳୁନାହିଁ। ସ୍ମାରକପତ୍ର ପ୍ରଦାନ ବେଳେ ମହାସଂଘର ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାରଣା, ଉପସଭାପତି ବି. ଭେଙ୍କଟ ରାମଣା, ସିଏଚ. ଦାଶରଥି ରେଡ୍ଡୀ, ଆର. ଦଣ୍ଡପାଣି ରେଡ୍ଡୀ, ରମେଶ ଚନ୍ଦ୍ର ପ୍ରଧାନ, କେ. ସୀମାଦ୍ରୀ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Share