ଦେବଗଡ଼,୧୭ା୧୨(ଡି.ଏନ୍.ଏ.): ଓ୍ବେସ୍କୋ ଘରୋଇକରଣ ପ୍ରତ୍ୟାହାର ଦାବିରେ ବୁର୍ଲା ଓ୍ବେସ୍କୋ ମୁଖ୍ୟାଳୟଠାରେ ଧାରଣା ଦିଆଯାଇଥିଲା। ଏହି କ୍ରମରେ ଦେବଗଡ଼ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ। ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ, ହିରା ଜିଇଡି କର୍ମଚାରୀ ସଂଘ, ସେସ୍କୋ ଇଞ୍ଜିନିୟର୍ସ ସର୍ଭିସ୍ ଆସୋସିଏଶନ୍ ଏବଂ ଡିପ୍ଲୋମା ଇଞ୍ଜିନିୟର୍ସ ସଂଘର ସଦସ୍ୟମାନେ ସରକାରଙ୍କ ଓ୍ବେସ୍କୋ ଘରୋଇକରଣକୁ ଜନବିରୋଧୀ କାର୍ଯ୍ୟ ବୋଲି କହିବା ସହ ଦୃଢ଼ ନିନ୍ଦା କରିଥିଲେ।