ନୂଆଦିଲ୍ଲୀ,୨୧।୯: କୌଣସି ସମ୍ପତ୍ତିର ଦେଖାଣୁଣା କରୁଥିବା କର୍ମଚାରୀ ଅବା କେୟାର ଟେକର ଏହାର ମାଲିକ ହୋଇ ପାରିବେ ନାହିଁ। ସେମାନେ ଏହାର ରକ୍ଷାଣବେକ୍ଷଣ ଯେତେବର୍ଷ କଲେ ମଧ୍ୟ ଏହାର ମାଲିକାନା ତାଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ବିଚାରପତି ଅଜୟ ରସ୍ତୋଗି ଏବଂ ଏ.ଏସ୍. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ସମ୍ପତ୍ତିର ମାଲିକାପା ପାଇଁ କର୍ମଚାରୀ ଅବା କେୟାର ଟେକରଙ୍କ ପକ୍ଷରୁ କୌଣସି ଦାବି କରାଯାଇ ପାରିବ ନାହିଁ। କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶକୁ ଶୀର୍ଷକୋର୍ଟ ଖାରଜ କରି ଦେଇଛନ୍ତି।
କୋଲକାତା ହାଇକୋର୍ଟ ସମ୍ପତ୍ତିର ଦେଖାଶୁଣା କରୁଥିବା କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ ଏବେ ସର୍ବୋଚ୍ଚ ନ୍ୟାୟାଳୟ ୩ ମାସ ମଧ୍ୟରେ ସମ୍ପତ୍ତି ଖାଲି କରି ମାଲିକଙ୍କୁ ଦେବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିଦ୍ଦେର୍ଶ ଦେଇଛନ୍ତିି। ଅବୈଧ କବ୍ଜା ନ ଛାଡିଲେ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପୀଠଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛିି।