Categories: ଫୁରସତ

ଏହି ଅଫିସ୍‌ରେ ଅଫିସ୍‌ ଟାଇମ୍‌ରେ ଶୁଅନ୍ତି କର୍ମଚାରୀ, ତକିଆ ସହ ବେଡସିଟ୍‌ ବି ଦିଅନ୍ତି ବସ୍‌

ଅଫିସରେ ୮ଘଣ୍ଟା କାମ କରି ଆପଣ ଥକି ପଡୁଥିବେ। ଏହି ସମୟରେ ଟିକେ ଆରାମ ନେବାକୁ ମଧ୍ୟ ଫୁରସତ୍‌ ନ ଥାଏ। ବିଶ୍ରାମ ପାଇଁ କୌଣସି ରୁମ୍‌ କିମ୍ବା କୌଣସି ବ୍ୟବସ୍ଥା ମଧ୍ୟ ନ ଥାଏ। କିଛି ସମୟ ପାଇଁ କ୍ଲାନ୍ତ ଲାଗିଲେ ଆପଣ ଡେକ୍ସରେ ମୁଣ୍ଡ ନୁଆଁଇ ବିଶ୍ରାମ କରିଥା’ନ୍ତି। ସେଥିରେ ବି ଅଫିସ୍‌ କର୍ମଚାରୀ ଆପଣଙ୍କୁ ତାନା ମାରିବାକୁ ପଛାନ୍ତି ନାହିଁ। ତେବେ ଜାଣିଛନ୍ତି କି, ଏପରି ଏକ ଅଫିସ୍‌ ରହିଛି ଯେଉଁଠି କର୍ମଚାରୀମାନେ ବିଶ୍ରାମ କ’ଣ ଶୋଇ ବି ପାରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଫିସ୍‌ରେ ସମସ୍ତ କର୍ମଚାରୀ ସିଟ୍‌ ପାଖରେ ବେଡ୍‌ ବ୍ୟବସ୍ଥା କରାଯାଇଛି। ଯେଉଁଠି ସେମାନେ ଆରାମରେ ଶୋଇ ପାରୁଛନ୍ତି।

ଭାଇରାଲ ଭିଡିଓରେ ଏକ କାର୍ଯ୍ୟାଳୟରେ ଏକ ଡେସ୍କ ଅଛି, ଯେଉଁଠାରେ କର୍ମଚାରୀମାନେ ସେମାନଙ୍କର ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷ ରଖିଛନ୍ତି। ଜଣେ କର୍ମଚାରୀ ତାଙ୍କ ଚେୟାର୍‌କୁ ପଛ ଆଡକୁ ଠେଲୁଛନ୍ତି ଯାହାକି ବେଡ୍‌ ହୋଇଯାଉଛି। ବେଡ୍‌ରେ ତକିଆ ଓ ବେଡସିଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଭିଡିଓଟିକୁୁ ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ବିିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, ଅଫିସ୍‌ ପାଇଁ ଏହା ସବୁଠାରୁ ଭଲ ଆଇଡିଆ। ଆପଣଙ୍କୁ କହି ରଖୁଛୁ କି ଭିଡିଓଟି ଜାପାନର ଏକ ଅଫିସ୍‌ର। ଯେଉଁଠାରେ ଶୋଇବା ପାଇଁ ଏକ ଘଣ୍ଟା ବିରତି ଦିଆଯାଏ। ଏଠାରେ ମଧ୍ୟାହ୍ନ ଭୋଜନ ସହିତ ଶୋଇବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଯାହାଫଳରେ କର୍ମଚାରୀମାନେ ସତେଜ ରହିବା ସହ ପୁରା ଯୋଶରେ କାମ କରିପାରିବେ।

 

Share