ଶିଳ୍ପରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯାଉ: ପ୍ରଭାତୀ

ଭୁବନେଶ୍ୱର,୨।୯ (ଅଭୟ ଦାଶ): ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରୁଥିବା କମ୍ପାନୀଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ବାନ ଦେଇ ମହିଳାମାନଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ(ୟୁସିସିଆଇଏଲ୍‌) ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ୩ ଦିନିଆ ଗ୍ଲୋବାଲ ଟ୍ରେଡ ଶୋ ‘ରିସର୍ଜେଣ୍ଟ ଓଡ଼ିଶା ୨୦୨୪’ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭାତୀ ପରିଡ଼ା ନିଯୁକ୍ତି ଜରିଆରେ ମହିଳାମାନଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି ଶିଳ୍ପ ଜଗତରେ ଅଧିକରୁ ଅଧିକ ମହିଳାଙ୍କ ନିୟୋଜନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଯେଉଁ ମହିଳାମାନେ ଉଦ୍ୟୋଗୀ ଭାବେ କାର୍ଯ୍ୟ କରୁଛନ୍ତି,ସେମାନଙ୍କ ଲାଗି ଅଧିକରୁ ଅଧିକ ବ୍ୟବସାୟ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଛନ୍ତି। ସେହିଭଳି ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ମିଶନ ଶକ୍ତି ବଜାର ବୁଲି ଦେଖିବା ଏବଂ ସେମାନଙ୍କ ଉତ୍ପାଦ କ୍ରୟ କରି ଅଭିବୃଦ୍ଧିରେ ସହଯୋଗ କରିବାକୁ ସେ ଶିଳ୍ପସଂସ୍ଥାମାନଙ୍କୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୨୦୪୭ ସୁଦ୍ଧା ଓଡ଼ିଶାକୁ ୧.୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଲକ୍ଷ୍ୟ ହାସଲରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ସବୁ ପ୍ରକାର ସହଯୋଗ ପ୍ରଦାନ କରିବା ସହ କାର୍ଯ୍ୟ କରିବ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ବଜେଟରେ ବିପୁଳ ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିପୁଳ ଖଣିଜ ସମ୍ପଦ ସହିତ ପର୍ଯ୍ୟାପ୍ତ ବେଳାଭୂମି ରାଜ୍ୟରେ ଥିବା ବେଳେ ଏବେ ବି ୧୨ରୁ ଅଧିକ ଜିଲା ଶିଳ୍ପବିହୀନ ଜିଲା ହୋଇ ରହିଛି। ଏହି ସବୁ ଜିଲାରେ ଶିଳ୍ପ ସ୍ଥାପନ କରିବାରେ ସରକାରଙ୍କ ଯେତିକି ଭୂମିକା ରହିଛି, ଶିଳ୍ପ ଜଗତର ମଧ୍ୟ ସେତିକି ଭୂମିକା ରହିଛି ବୋଲି ସେ କହିଛନ୍ତି। ରିସର୍ଜେଣ୍ଟ ଓଡ଼ିଶା-୨୦୨୪ର ଉଦଯାପନୀ ସମାରୋହରେ ୟୁସିସିଆଇଏଲର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ରିସର୍ଜେଣ୍ଟ ଓଡ଼ିଶା-୨୦୨୪ର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ଆଦିତ୍ୟ ବିର୍ଲା ଗ୍ରୁପର ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର, ଜେପି ଲ୍ୟାବର ସଭାପତି ଗୋର୍ଡନ ପଟେଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ଏମ୍‌ଡି ଡ. ସନକ ମିଶ୍ର, ଏମ୍‌ଏସ୍‌ଏମ୍‌ଇ-ଡିଏଫଓ ପି. କେ. ଗୁପ୍ତା, ୟୁସିସିଆଇଏଲର ପୂର୍ବତନ ସଭାପତି ରମେଶ ମହାପାତ୍ର, ଭିପି (ଶିଳ୍ପ) ତାରିଣୀ ପ୍ରସାଦ ମହାନ୍ତି ଓ ଅବୈତନିକ ସଚିବ ଏ. କେ. ଶାରଦା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri