ନିଯୁକ୍ତି ଦାବିରେ ଗଣଧାରଣା

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇଏଲ୍‌ ସମେତ ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକରେ ସ୍ଥାନୀୟ ଯୁବତୀ/ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ବୁଧବାର ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଅଞ୍ଚଳରର କିଛି ମହିଳା/ଯୁବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ଏନେଇ ଡ଼ୁବୁଲି ଛକଠାରେ ଗଣଧାରଣା ଦେଇଛନ୍ତି, ଏହି ଧାରଣାରେ ଶ୍ରମିକ ନେତା ଭୋକାଲି ସେଠୀ, କାଳିଆ ରାଉଳଙ୍କ ସମେତ ବହୁ ଯୁବକ ଓ ମହିଳା ସାମିଲ ହୋଇଥିଲେ।