୭୫୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ୭୫୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁରୁବାର ନିଯୁକ୍ତିପତ୍ର ଦିଆଯାଇଛି। ଆସନ୍ତା ୭ଦିନ ମଧ୍ୟରେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ ନିଯୁକ୍ତିପତ୍ରକୁ ଲକ୍‌ଡାଉନ୍‌ କିମ୍ବା ଶଟ୍‌ଡାଉନ୍‌ ସମୟରେ ଯାତାୟାତ ନିମନ୍ତେ ପାସ୍‌ ଭାବେ ବ୍ୟବହାର କରି ସ୍ବାସ୍ଥ୍ୟ ଅଧିକାରୀମାନେ ନିଜ କାର୍ଯ୍ୟସ୍ଥଳରେ ଯୋଗ ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share