ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ, ଚାକିରୀ ବଜାର ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ଇତିମଧ୍ୟରେ ବିଭିନ୍ନ କମ୍ପାନୀ ସେମାନଙ୍କର ନିଯୁକ୍ତ ବୃଦ୍ଧି କରିବାରେ ଲାଗିଛନ୍ତି। ମାର୍ଚ୍ଚ ମାସରେ ନିଯୁକ୍ତି ହାରରେ ୬ ପ୍ରତିଶତ ବୃଦ୍ଧି ଘଟିଛି। ମୋନଷ୍ଟର ଏମ୍ପ୍ଲଏମେଣ୍ଟ୍‌ ଇଣ୍ଡେକ୍ସ୍‌ (ଏପ୍‌ଇଆଇ) ପକ୍ଷରୁ ଦେଶର ୧୩ଟି ସହରର କମ୍ପାନୀଗୁଡିକ ଦ୍ୱାରା ନିଯୁକ୍ତି ତଥ୍ୟ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ରିପୋର୍ଟରେ ଅନଲାଇନ ନିଯୁକ୍ତି କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା ଏବଂ ଏକ ବର୍ଷ ପୂର୍ବେ ସ୍ତର ତୁଳନାରେ ଏହା ୬ ପ୍ରତିଶତ ବୃଦ୍ଧି ହୋଇଥିବା ପଞ୍ଜିକୃତ ହୋଇଛି। ୧୩ଟି ସହର ମଧ୍ୟରେ ଅନ୍ତର୍ଭୁକ୍ତ ସମସ୍ତ ମେଟ୍ରୋରେ ବାର୍ଷିକ ନିଯୁକ୍ତି ହାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।

ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକରେ ନିଯୁକ୍ତି କ୍ଷେତ୍ରରେ ମୁମ୍ବାଇ ପ୍ରଥମ ସ୍ଥାନ ଅଧିକାର କରିଛି। ଏଠାରେ ମାର୍ଚ୍ଚରେ ନିଯୁକ୍ତି ହାର ଗତ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ ରହିଛି। ଏହା ପରେ କୋଏମ୍ବାଟୁର ୨୦ ପ୍ରତିଶତ ଅଭିବୃଦ୍ଧି ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଚେନ୍ନାଇ ଏବଂ ହାଇଦ୍ରାବାଦ ୧୬ ପ୍ରତିଶତ ଅଭିବୃଦ୍ଧି ସହିତ ତୃତୀୟ ସ୍ଥାନରେ ରହିଛନ୍ତି।

ଏହି ରିପୋର୍ଟରେ, ବେଙ୍ଗାଲୁରୁରେ ଅନଲାଇନ ନିଯୁକ୍ତିରେ ୧୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। କୋଲକାତା ଏବଂ ଦିଲ୍ଲୀ-ଏନସିଆରରେ ଏହା ୧୩ ପ୍ରତିଶତ ରହିଛି। ପୁଣେରେ ଏଥିରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ମାର୍ଚ୍ଚ ୨୦୨୨ର ତଥ୍ୟ ଅନୁଯାୟୀ ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା କମ୍ପାନୀଗୁଡିକରେ ନିଯୁକ୍ତି ପାଇଁ ସର୍ବାଧିକ ଚାହିଦା ଦେଖିବାକୁ ମିଳିଥିଲା। ଏଥିରେ ନିଯୁକ୍ତି ହାର ୩୭ ପ୍ରତିଶତ ଅଧିକ ରେକର୍ଡ କରାଯାଇଛି। ଏହା ପରେ ଟେଲିକମ, ଆଇଏସପିରେ ୧୭ ପ୍ରତିଶତ ଏବଂ ମାନ୍ୟୁଫାକଚରିଂ ତଥା ଉତ୍ପାଦନ କମ୍ପାନୀଗୁଡିକରେ ନିଯୁକ୍ତିରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ହସ୍ପିଟାଲିଟି କ୍ଷେତ୍ରରେ ନିଯୁକ୍ତିରେ ମାର୍ଚ୍ଚରେ ୧୧ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଅପରପକ୍ଷରେ ଇଞ୍ଜିନିୟରିଂ, ର୍ନିମାଣ ଏବଂ ଲୁହା, ଇସ୍ପାତ ସମ୍ବନ୍ଧୀୟ କମ୍ପାନୀଗୁଡିକରେ ନିଯୁକ୍ତି ୨୦ ପ୍ରତିଶତ ହ୍ରାସ ପାଇଛି।

ମୋନଷ୍ଟର ଡଟ କମର ସିଇଓ ଶେଖର ଗାରିସା କହିଛନ୍ତି ଯେ କରୋନା ମହାମାରୀ ସଙ୍କଟ ମଧ୍ୟରେ ଗତ ଦୁଇ ବର୍ଷ ନିଯୁକ୍ତି କ୍ଷେତ୍ର ଅତ୍ୟନ୍ତ ଖରାପ ଥିଲା। କିନ୍ତୁ ୨୦୨୦ ତୁଳନାରେ ଚ୍ୟାଲେଞ୍ଜକୁ ଅତିକ୍ରମ କରି ଭାରତୀୟ ଅର୍ଥନୀତି ଚଳିତ ବର୍ଷ ଏକ ଉନ୍ନତି ପଞ୍ଜିକରଣ କରିଛି। ରୋଜଗାର ହାର ମଧ୍ୟ ବୃଦ୍ଧି ପାଇଛି। ବ୍ୟାଙ୍କିଂ ଏବଂ ଟେଲି ଯୋଗାଯୋଗ ପରି କ୍ଷେତ୍ରଗୁଡିକରେ ଦେଶରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟକଳାପରେ ଯଥେଷ୍ଟ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri