ଶ୍ରମିକଙ୍କ ନାଁରେ ରୋଜଗାରକୁ ବନ୍ଦ କରାଯାଉ

ନୟାଗଡ଼ ଅଫିସ,୧୫।୫: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କ ନାଁରେ ମେଶିନ ଦ୍ୱାରା କାର୍ଯ୍ୟ କରି ମିଥ୍ୟ ଶ୍ରମ ଦିବସ ସୃଷ୍ଟି କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି। ପୋଖରୀ ଖନନଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ମେଶିନ ଦ୍ୱରା କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେବଳ ଶ୍ରମିକଙ୍କୁ କାମ ଦେବାର ବ୍ୟବସ୍ଥା କରି ମେଶିନ କାର୍ଯ୍ୟ କରିବା ପାଇଁ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ବ୍ୟବସ୍ଥା କରନ୍ତୁ ବୋଲି ଦାବି ଉଠିଲାଣି। ସରକାରୀ ଅନୁଦାନର ଅପବ୍ୟୟ ସହ ଦାଦନ ରୋକାଯିବାକୁ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଛି। ଶ୍ରମିକଙ୍କ ନଁାରେ ରୋଜଗାରକୁ ଆଉ ବରଦାସ୍ତ କରାଯିବନି ବୋଲି କୁହାଯାଉଛି।

ଲୋକଦେଖାଣିଆ ସମୀକ୍ଷା
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ଖନନଠାରୁ ବହୁ କାର୍ଯ୍ୟରେ ଜେସିବି, ଟ୍ରାକ୍ଟର ପରି ଯନ୍ତ୍ର କାମ କରୁଛି। ତେବେ ଶ୍ରମିକଙ୍କ ନାଁରେ ବିଲ୍‌ କରି କାହିଁକି ସରକାରୀ ଟଙ୍କା ଆମତ୍ସାତ କରାଯାଉଛି। ଯୋଜନା ପରେ ଏହାର ସୁଫଳ ଓ ବିଫଳତାର ଯେଉଁ ଲୋକ ଦେଖାଣିଆ ସମୀକ୍ଷା ହେଉଛି ତାକୁ ବନ୍ଦ କରି ପ୍ରକୃତ କାରଣ ଖୋଜାଯାଉ। ଯୋଜନାରେ ଯେଉଁ କାମ ଯନ୍ତ୍ର କରିବ ସେଗୁଡ଼ିକୁ ଚିହ୍ନଟ କରି ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। ଏହା ଦ୍ୱାରା ସରକାରୀ ଅନୁଦାନ ଅପବ୍ୟୟ ବନ୍ଦ ହେବା ସହ ଶ୍ରମିକଙ୍କୁ କାମ ମିଳିବ।
-ଲକ୍ଷ୍ମୀଧର ପ୍ରଧାନ, ଇଟାମାଟି
ନୀରବତା ଠିକ୍‌ ନୁହେଁ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସ୍ବଚ୍ଛତା ରହୁନି ବୋଲି ସରକାର, ବିରୋଧୀ ଦଳ, ପ୍ରଶାସନ, ସାଧାରଣ ଲୋକ, ଶ୍ରମିକ ଅବଗତ ହୋଇ ମଧ୍ୟ ଚୁପ ରହିବା ଠିକ୍‌ ନୁହେଁ। ମିଥ୍ୟାରେ ବାହାବା ନେବା ଅପେକ୍ଷା ପ୍ରକୃତରେ ଶ୍ରମିକ ଯେପରି କାମ ପାଇବେ ତା’ର ବ୍ୟବସ୍ଥା କରାଯାଉ। ଶ୍ରମିକଙ୍କ ନଁାରେ ରୋଜଗାର କରି ତାଙ୍କୁ ଦାଦନ ପଠାଇବା କେତେଦୂର ଠିକ୍‌। ଏହା କ’ଣ ବିକାଶର ରୂପରେଖ। ସବୁକଥାରେ ନୀରବତା ଠିକ୍‌ ନୁହେଁ।
-ବିରଞ୍ଚତ୍ ସାହୁ, ଦଶପଲ୍ଲା
ଶ୍ରମିକଙ୍କୁ କାମ ମିଳୁନି
ଓଡ଼ଗାଁ  ବ୍ଲକର କୁରାଳ, ଦଣ୍ଡୋର, ହନୁମନ୍ତିଆ, ନଠିଆପଲ୍ଲୀ, କୋମଣ୍ଡ, ପାଣ୍ଡେରୀପଡ଼ା, ଦେଓଗାଁ  ଭାଲିଆଡ଼ିହି, ମଦନପୁର ଗାଁର ଶ୍ରମିକମାନେ ପେଟପାଟଣା ପାଇଁ ଦଳବଦ୍ଧ ହୋଇ କଳାହାଣ୍ଡି, କୋରାପୁଟ, ଫୁଲବାଣୀ ପରି ଜିଲାକୁ ଯାଇ ପୋଖରୀ, କୂଅ ଖୋଳୁଛନ୍ତି। ନିଜ ଜିଲାରେ କାମ ମିଳୁଥିଲେ ସେମାନେ ପରିବାର ଛାଡ଼ି ରୋଜଗାର ପାଇଁ ଅନ୍ୟ ଜିଲାକୁ ଯାଅନ୍ତେ ନାହିଁ। ଜିଲାରେ ଜେସିବି ଓ ଟ୍ରାକ୍ଟର ପରି ଯନ୍ତ୍ର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ କରୁଥିବାରୁ ଏଭଳି ସଙ୍କଟ ହେଉଛି। ଏଣୁ ମେଶିନକୁ ଗୁରୁତ୍ୱ ନ ଦେଇ ଶ୍ରମିକଙ୍କୁ କାମ ଦେବାର ଆନ୍ତରିକତାର ସହ ବ୍ୟବସ୍ଥା କରାଯାଉ। ମେଶିନ କାର୍ଯ୍ୟ କରିବା ନେଇ ଆଇନରେ ସଂଶୋଧନ କରାଯାଉ।
-ଶାନ୍ତନୁ ବିଶୋୟୀ, ଓଡ଼ଗାଁ
ପରିବର୍ତ୍ତନ ଜରୁରୀ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ରୂପରେଖରେ ପରିବର୍ତ୍ତନ ଜରୁରୀ ହୋଇପଡିଛି। ଶ୍ରମିକଙ୍କ ନାଁରେ ମେଶିନ କାର୍ଯ୍ୟ କରିବା କାରଣରୁ ସରକାରୀ ଯୋଜନାର ସୁଫଳ ମିଳୁନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସମୀକ୍ଷା ବୈଠକରେ ଏ ନେଇ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ସରକାରଙ୍କୁ ଦିଆଯାଉ। ଶ୍ରମିକମାନେ ନିଜର ହକ ପାଇଁ ଆଗକୁ ଆସିବା ଦରକାର। ଜିଲାପାଳ, ବିଧାୟକ, ମନ୍ତ୍ରୀ ଓ ଶ୍ରମିକ ନେତା ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର।
-ଅନନ୍ତ ବେହେରା, ଶ୍ରମିକ, ଭାପୁର
ଆନ୍ଦୋଳନ ପାଇଁ ସଜବାଜ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକ କାମ ପାଉନାହାନ୍ତି। ପୁଣି ମେଶିନ ଯେଉଁ କାର୍ଯ୍ୟ କରୁଛି ସେହି କାମ ଶ୍ରମିକ କରିପାରିବେନି। ଏଣୁ ଶ୍ରମିକ କାମ କଲା ପରି କାର୍ଯ୍ୟ ରଖି ଯୋଜନାର ରୂପରେଖ ବଦଳାଯାଉ। ତେବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କିଛି ଲୋକଙ୍କର ରୋଜଗାରର ମାଧ୍ୟମ ହୋଇଥିବାରୁ ଏଥିରେ ପରିତ୍ତର୍ବନ ଆଶା କରିବା ନିରର୍ଥକ। ଶ୍ରମିକମାନେ ଏ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ନିଜର ହକ ସରକାରଙ୍କୁ ଅବଗତ କରାଇବା ଦରକାର। ଶ୍ରମିକମାନେ ଏ ଦିଗରେ ଏକାଠି ହେଲେଣି।
-ପ୍ରଭାତ ପ୍ରଧାନ, ନନ୍ଦିଘୋର, ଓଡ଼ଗାଁ


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବିଜେଡି ଛାଡିଲେ ପ୍ରଦୀପ ଦାସ, ନବୀନଙ୍କୁ ଲେଖିଲେ ଚିଠି

ଭବାନୀପାଟଣା,୨୩।୯( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ନେତା ପ୍ରଦୀପ ଦାସ ମଙ୍ଗଳବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫା...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ...

ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ

ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

ଶୋଇଥିବାବେଳେ କାମୁଡିଲା ସାପ: ଗାଁକୁ ରାସ୍ତା ନ ଥିବାରୁ ଚାଲିଗଲା ଜୀବନ

ବାଲିଗୁଡା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ...

ପଦ୍ମପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି: ଶୁଣିନଥିଲେ ପୂର୍ବ ସରକାର, ଏବେ ମୁଖ୍ୟମନ୍ତ୍ରୀକୁ ପୁଣି ଦେଲେ ଦାବିପତ୍ର

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରକୁ ନୂତନ ବ୍ଲକ ଗଠନ ମାନ୍ୟତା ଦାବିରେ ଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri