Categories: ବାଣିଜ୍ୟ

ସମର୍ଥ ଅଭିଯାନ ମାଧ୍ୟମରେ ସଶକ୍ତ ପ୍ରୟାସ

ନୂଆଦିଲ୍ଲୀ,୨୫।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇ-କମର୍ସ ମାର୍କେଟପ୍ଲେସ୍‌ ଫ୍ଲିପ୍‌କାର୍ଟ ତା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମର୍ଥ’କୁ ଉତ୍ସାହର ସହ ପାଳନ କରିଛି। କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର କାରିଗର, ବୁଣାକାର, ଏସ୍‌ଏଚ୍‌ଜି ମହିଳା ଓ ଗ୍ରାମାଞ୍ଚଳ ଉଦ୍ୟୋଗୀମାନଙ୍କୁ ସଶକ୍ତ କରାଇବା ପାଇଁ ସମର୍ଥ ଅଭିଯାନ ମାଧ୍ୟମରେ ପ୍ରୟାସ ଜାରି ରଖିଛୁ। ଏହି ପରିପ୍ରେକ୍ଷୀରେ ପ୍ଲାଟ୍‌ଫର୍ମ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସମେତ ଏମ୍‌ଏସ୍‌ଡିଇର ସଚିବ ଅତୁଲ କୁମାର ତିୱାରୀ, ଯୁଗ୍ମ ସଚିବ ସୋନାଲ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଫ୍ଲିପ୍‌କାର୍ଟର ସପ୍ଲାଇ ଚେନ୍‌ ଅପରେଶନ୍ସ ଏକାଡେମୀ (ଏସ୍‌ସିଓଏ) ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ସହ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିୱାଇ) ୪.୦ ଅଧୀନରେ ଏହି ସହଭାଗିତା ଭାରତର ବହୁ ହଜାର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି କରିବା ସହ ଇ-କମର୍ସ ଓ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ସେମାନଙ୍କର ରୋଜଗାର କ୍ଷମତାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍‌ କର୍ପୋରେଟ ଆଫାୟାର୍ସ ଅଫିସର ରଜନିଶ କୁମାର କହିଛନ୍ତି, ସମର୍ଥ ୫ଇୟର ଜର୍ନି ମାଇଲଷ୍ଟୋନ ସେଲିବ୍ରେଶନ ଇଭେଣ୍ଟ ଭାରତର ବୁଣାକାର, କାରିଗର ଓ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସଶକ୍ତ କରାଇବା ପ୍ରତି ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି। ଏପରିକି ଆମେ ଆମର ଏହି ଅଭିଯାନ ମାଧ୍ୟମରେ ସବୁ ବର୍ଗଙ୍କ ପାଇଁ ଆବଶ୍ୟକ ପ୍ରୟାସ କରିଛୁ। ଏହି ଯାତ୍ରାର ସଫଳତା ଏବଂ ୫ ବର୍ଷ ମଧ୍ୟରେ ଆମେ ୧.୮ ମିଲିୟନ ଜୀବିକାକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛୁ। ସେହିଭଳି ୧୦୦ରୁ ଅଧିକ ପାରମ୍ପରିକ ଆର୍ଟ ଫର୍ମକୁ ସଂରକ୍ଷିତ ଏବଂ ହଜାର ହଜାର ସେଲରଙ୍କ ବିକାଶକୁ ତ୍ୱରାନ୍ବିତ କରିଛୁ।

Share