ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ ସ୍କୁଲ ୫୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ କରାଇବା ସହିତ ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେହିଭଳି ୧୦୦ରୁ ଅଧିକ ଦଳଙ୍କୁ ପ୍ରଶିକ୍ଷିତ କରିବା ସହିତ ବିଭିନ୍ନ ସ୍ତରରେ ନିୟୋଜିତ କରିପାରିଛି। ବର୍ତ୍ତମାନ ୬୦୦୦ରୁ ଊର୍ଦ୍ଧ୍ୱ ପିଲା (ଛାତ୍ରୀଛାତ୍ର) ନାମ ଲେଖା ପାଇଁ କୃତକାର୍ଯ୍ୟ ହାଇପାରିଛନ୍ତି। ଏ ସମ୍ପର୍କରେ ମସାଇ ସ୍କୁଲର ସହ-ପ୍ରତିଷ୍ଠାତା ତଥା ସିଇଓ ପ୍ରତୀକ୍‌ ଶୁକ୍ଳା କହିଛନ୍ତି, ଆମେ କେବଳ ଛାତ୍ରୀଛାତ୍ରମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେଇଥାଉ। ଫଳରେ ସେମାନେ ତାଙ୍କର ଦକ୍ଷତା ଓ କୌଶଳ ପ୍ରଦର୍ଶନ କରିଥାନ୍ତି। ଏପରିକି ଯୋଜନାକୁ ରୂପରେଖ ଦେବା ସହିତ ଶିଳ୍ପ କ୍ଷେତ୍ରରେ ରହିଥିବା ଅନେକ ପ୍ରମୁଖ ପ୍ରତିଷ୍ଠାନ ସହିତ ହାତ ମିଳାଇ ମସାଇ ସ୍କୁଲ ସହଭାଗିତାର ବିକାଶକୁ ଆଗକୁ ନେଇପାରିଛି। ସେଥିମଧ୍ୟରେ ଆଇଆଇଟି ଗୁଆହାଟୀ, ଆଇଆଇଟି ମଣ୍ଡି ଏବଂ ଆଇଆଇଟି ରୋପାର ସମେତ ନ୍ୟାଶନାଲ ସ୍କ୍ରିଲ ଡେଭଲପମେଣ୍ଟ କର୍ପୋରେଶନ (ଏନଏସଡିସି) ଭଳି ଶିକ୍ଷାନୁଷ୍ଠାନ ସାମିଲ ରହିଛି, ଯାହାକୁ ସାଙ୍ଗରେ ନେଇ ରହିଥିବା ବାଧାକୁ ଦୂର କରି ମସାଇ ସ୍କୁଲ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ...

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri