ଫମ୍ପା ବୁଝାମଣା

ବାରାକ ବର୍‌ଫି

 

 

ନିକଟରେ ଇରାନ ଓ ସାଉଦି ଆରବ ମଧ୍ୟରେ କୂଟନୈତିକ ସମ୍ପର୍କ ପୁନଃ ସ୍ଥାପନ କରିବା ପାଇଁ ଚାଇନା ମଧ୍ୟସ୍ଥରେ ଏକ ଚୁକ୍ତି ବା ବୁଝାମଣା ହୋଇଛି। ଏହା ଅନ୍ତର୍ଜାତୀୟ କୂଟନୀତିରେ ଚାଇନାର ଶକ୍ତି ବୃଦ୍ଧିର ସଙ୍କେତ ଦେଉଛି। ଏହା ମଧ୍ୟ ଆମେରିକାର ଶକ୍ତି ଓ ପ୍ରଭାବ ହ୍ରାସ ଏବଂ ମଧ୍ୟପ୍ରାଚ୍ୟରେ ତା’ର ଦୁର୍ବଳତାକୁ ପ୍ରମାଣ କରୁଛି। ଦେଖିବାକୁ ଗଲେ ଏହି ଚୁକ୍ତିକୁ ଯେଭଳି ଗଢ଼ା ହୋଇଛି ସେଥିରେ ସେଭଳି ସଫଳତା ମିଳିବ ନାହିଁ । କାରଣ ସାଉଦି ଆରବ ଏବଂ ଇରାନ ଏକ ଶତାବ୍ଦୀ ଧରି ପରସ୍ପର ବିରୋଧୀ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଶତ୍ରୁତା ଏବଂ ଅବିଶ୍ୱାସ ଲାଗିରହିଛି। ଏଣୁ ଏହି ଚୁକ୍ତି ବଳରେ ସେମାନେ ହଠାତ୍‌ ବନ୍ଧୁ ପାଳଟିଯିବା ସମ୍ଭାବନା ବହୁତ କମ୍‌ ।
କେତେଜଣ ବିଶ୍ଳେଷକଙ୍କ ମତରେ, ଅନ୍ୟ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର ହସ୍ତକ୍ଷେପ ନ କରିବା ନୀତିର ଏକ ପ୍ରମାଣ। କିନ୍ତୁ ଏହା ସତ ଯେ, ଆମେରିକା କେବେ ବି ଇରାନ ଓ ସାଉଦି ମଧ୍ୟରେ ମଧ୍ୟସ୍ଥତା କରିନାହିଁ। ଦେଖିବାକୁ ଗଲେ ବାସ୍ତବରେ ଏହା ଇରାନ ଉପରେ ଅନେକ ବର୍ଷ କଟକଣା ଲଗାଇ ତାହାକୁ ଏକଘରିଆ କରି ରଖିଆସିଛି। ଫଳରେ ଆମେରିକା ବିରୋଧରେ ଠିଆ ହୋଇ ତାହାର କ୍ଷତି କରିବା ଲାଗି ଏକ ପଦକ୍ଷେପ ନେବାକୁ ଇରାନୀୟଙ୍କୁ ସୁଯୋଗ ଦେଉଛି।
୧୯୬୮ରେ ପର୍ସିଆନ୍‌ ଗଲ୍ଫରୁ ବ୍ରିଟିଶ୍‌ ସେନା ପ୍ରତ୍ୟାହାର ଘୋଷଣା କରିବା ପରଠାରୁ ସାଉଦି ଆରବ ତା’ପକ୍ଷରୁ ଆମେରିକାର ମଧ୍ୟପ୍ରାଚ୍ୟ ନୀତିର ଏକ ଆଧାର ସ୍ତମ୍ଭ ଭାବେ ରହିଆସିଥିଲା। କିନ୍ତୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ (ଏମ୍‌ବିଏସ୍‌) କ୍ଷମତାକୁ ଆସିଲା ପରେ ସ୍ଥିତି ଅଧିକ ଜଟିଳ ହୋଇଗଲା। ଆମେରିକା ପ୍ରତି ତାଙ୍କ ଦୃଷ୍ଟିକୋଣ ସବୁବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ରିପବ୍ଲିକାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ରହିଥିବାବେଳେ ଜୋ ବାଇଡେନଙ୍କ ଭଳି ଡେମୋକ୍ରାଟଙ୍କ ପାଇଁ ଜଟିଳ ହୋଇଯାଇଛି। ୨୦୧୫ରେ ସାଉଦି ସହ ଆଲୋଚନା ନ କରି ଓବାମା ଇରାନ ସହ ଏକ ଆଣବିକ ଚୁକ୍ତି କରିବାକୁ ସବୁଜ ସଙ୍କେତ ହେବା ଫଳରେ ଡେମୋକ୍ରାଟ୍ସ ପ୍ରତି ଏଭଳି ଅବିଶ୍ୱାସ ସୃଷ୍ଟି ହୋଇଥିଲା। ଓବାମା ସେତେବେଳେ ସୂଚିତ କରିଥିଲେ ଯେ, ସାଉଦି ଆରବ ଏକ ପରଜୀବୀ। ଏଭଳି ମନ୍ତବ୍ୟ ସାଉଦିଙ୍କୁ ଉତ୍ତେଜିତ କରିଥିଲା।
ଏହା ଜଣାଶୁଣା ଯେ, ଏମ୍‌ବିଏସ୍‌ ବାଇଡେନ୍‌ଙ୍କୁ ତିରସ୍କାର କରନ୍ତି (ପୂର୍ବରୁ ସାଉଦି ଜନ୍ମିତ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ଘଟଣାରେ ବାଇଡେନ୍‌ଙ୍କ ସହ ମୁହଁାମୁହିଁ ହୋଇଥିଲେ) ଓ ଟ୍ରମ୍ପ୍‌ ଓ ତାଙ୍କ ଜ୍ୱାଇଁଙ୍କ ସହ ନିବିଡ଼ ସମ୍ପର୍କ ରଖିଛନ୍ତି। ଉଭୟ ବ୍ୟକ୍ତିଗତ ଓ ରାଜନୈତିକ କାରଣ ପାଇଁ ଏମ୍‌ବିଏସ୍‌ ମଧ୍ୟ ବାଇଡେନ୍‌ ପ୍ରଶାସନକୁ ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ଓ ଉପେକ୍ଷା କରିଆସୁଛନ୍ତି। ତେବେ କେତେ ସମୟ ଯାଏ ଏମ୍‌ବିଏସ୍‌ ଏବକାର ଚୁକ୍ତିର ପ୍ରଶଂସା କରିବେ ତାହା ସ୍ପଷ୍ଟ ହୋଇନାହିଁ। ନୂଆ ଚୁକ୍ତି କ୍ୟାମ୍ପ ଡ୍ୟାଭିଡ୍‌ ବୁଝାମଣା (ଯାହା ଆରବ ରାଷ୍ଟ୍ର ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ପରିସମାପ୍ତି ଘଟାଇଥିଲା) ସହ ସମାନ ନୁହେଁ କି ଆବ୍ରାହମ୍‌ ଚୁକ୍ତି( ଯାହା ଇସ୍ରାଏଲ ଏବଂ ଆରବ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କରିଥିଲା) ସହ ତୁଳନୀୟ ନୁହେଁ। ବରଂ ଏହି ଚୁକ୍ତି ଏକ କୂଟନୈତିକ ସମ୍ପର୍କର ପୁନଃ ସ୍ଥାପନ କରିବାର ପ୍ରତିଶ୍ରୁତି ଦିଏ। ବାସ୍ତବରେ ଏହା ବାହାରକୁ ଯେତିକି ଚମକଦାର ମନେ ହେଉଛି ବାସ୍ତବତା ତାହା ନୁହେଁ। ଏହା ମୂଲ୍ୟହୀନ ବା ଫମ୍ଫା ମନେ ହୁଏ। ପରସ୍ପର ମଧ୍ୟରେ ପୁନର୍ବାର ସମ୍ପର୍କ ସ୍ଥାପନ କରିବା ପାଇଁ ବାହାର ଗ୍ୟାରେଣ୍ଟି ସହ ଠୋସ୍‌ ପଦକ୍ଷେପ ନିଆ ନ ଗଲେ ଚାଇନା ମଧ୍ୟସ୍ଥରେ ହୋଇଥିବା ଏହି ଚୁକ୍ତି ପର ପର୍ଯ୍ୟାୟ ଦ୍ୱିପାକ୍ଷିତ ଉତ୍ତେଜନ ପୂର୍ବରୁ କେବଳ ଏକ ବିରାମ ଭାବେ ପ୍ରତିପାଦିତ ହେବ।
ସ୍ବାଧୀନତା ପାଇବା ପରେ ଇରାନ ଓ ସାଉଦି ମଧ୍ୟରେ ସମ୍ପର୍କ କେତେ ଖରାପ ରହି ଆସିଛି । ଇସ୍‌ଲାମର ପବିତ୍ର ପୀଠରେ ଏକ ପଥରକୁ ଅଜାଣତରେ ଅପବିତ୍ର କରିଥିବା ଅଭିଯୋଗରେ ଇରାନର ଜଣେ ତୀର୍ଥଯାତ୍ରୀଙ୍କୁ ସଉଦି ମୃତ୍ୟୁଦଣ୍ଡ ଦେବା ପରେ ୧୯୪୪ରେ ସାଉଦି ସହ ଇରାନ ଚୁକ୍ତି ଭଙ୍ଗ କରିଥିଲା। ୧୯୬୬ରେ ସେମାନଙ୍କ ମଧ୍ୟରେ ପୁନର୍ବାର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇଥିଲା। କିନ୍ତୁ ୧୯୮୭ରେ ୪୦୨ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହେବା ପରେ ୧୯୮୮ରେ ଇରାନ ସହ ସଉଦି ସମ୍ପର୍କ ଛିନ୍ନ କରିଥିଲା। ପୁନର୍ବାର ୧୯୯୧ରେ ସମ୍ପର୍କ ସ୍ଥାପନ ହେଲା। ୨୦୧୬ରେ ସଉଦି ଆରବ ଜଣେ ଶିହା ମୌଲବୀଙ୍କ ମୁଣ୍ଡକାଟ କରିବା ପରେ ଏହାକୁ କେନ୍ଦ୍ର କରି ଦୁହିଁଙ୍କ ସମ୍ପର୍କ ଛିନ୍ନ ହୋଇଥିଲା। ପୂର୍ବରୁ ସ୍ଥାପିତ ହୋଇଥିବା ଏହି ସବୁ ସମ୍ପର୍କ ମଧ୍ୟରୁ ଅଧିକାଂଶ ବୃହତ୍‌ ଆଞ୍ଚଳିକ ଏବଂ ବୈଶ୍ୱିକ କ୍ଷମତା ଦ୍ୱାରା କରାଯାଇଥିଲା। ଉଦାହରଣ ସ୍ବରୂପ, ୧୯୯୬ରେ ଇଜିପ୍ଟର ରାଷ୍ଟ୍ରପତି ଗାମାଲ ଆବଦେଲ୍‌ ନାସିରଙ୍କ ଆରବ ଦେଶର ଧର୍ମ ନିରପେକ୍ଷ ମନ୍ତବ୍ୟ ସାଉଦିକୁ ଇରାନ ସହ ଆଲୋଚନା କରିବାକୁ ପ୍ରେରିତ କରିଥିଲା।
ଆରବ ଓ ଇସ୍ରାଏଲ ମଧ୍ୟରେ ଆମେରିକା ମଧ୍ୟସ୍ଥରେ ହୋଇଥିବା ସ୍ଥାୟୀ ଚୁକ୍ତି ତୁଳନାରେ ସାଉଦି -ଇରାନ ଚୁକ୍ତି ଏକ ସାମୟିକ ଯୁଦ୍ଧବିରତି ପାଇଁ ଅଧିକ ଅନୁରୂପ ମନେହୁଏ। ଉଦାହରଣ ସ୍ବରୂପ, ୧୯୬୯ରେ, ନାସିର ଲେବାନନ୍‌ ଓ ପାଲେଷ୍ଟାଇନ ମୁକ୍ତ ସଂଗଠନ (ପିଏଲ୍‌ଓ) ମଧ୍ୟରେ ଚୁକ୍ତିରେ ମଧ୍ୟସ୍ଥ ଥିଲେ। କିନ୍ତୁ ଏହାର ୬ ବର୍ଷ ପରେ ପାଲେଷ୍ଟେନୀୟମାନେ ଲେବାନନ୍‌ର ଖ୍ରୀଷ୍ଟିଆନ ଗୋଷ୍ଠୀ ସହ ଯୁଦ୍ଧ କରିଥିଲେ। ସେହିଭଳି ଫେବୃୟାରୀ ୧୯୯୪ରେ ଜୋର୍ଡନର ରାଜା ହୁସେନ୍‌ ଝଗଡ଼ାରେ ଲିପ୍ତ ୟେମେନ ନେତାମାନଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତିରେ ମଧ୍ୟସ୍ଥ ଥିଲେ। ହେଲେ ସେହି ବର୍ଷ ମେ’ରେ ଗୋଟିଏ ଗୋଷ୍ଠୀ ତାହା ଉଲ୍ଲଂଘନ କରିବା ଦ୍ୱାରା ଗୃହ ଯୁଦ୍ଧ ଦେଖାଦେଇଥିଲା।
ଆଞ୍ଚଳିକ ପ୍ରତିଯୋଗୀ ଭାବେ ଚାଇନା ତା’ର ନୂଆ କୂଟନୈତିକ ପ୍ରଭାବ ବଳରେ ତା’ର ସେନା ଶକ୍ତି ବୃଦ୍ଧି କରିବାକୁ ଆଶାକରେ। କିନ୍ତୁ ପର୍ସିଆନ ଗଲ୍ଫ ଏବେ ବି ଆମେରିକାର ସାଗର ଭାବେ ରହିଛି। ଆମେରିକା ନ୍ୟାଭିର ସେଣ୍ଟ୍ରାଲ କମାଣ୍ଡ ବାହାରିନରେ ଅଛି ଏବଂ ଆମେରିକାର ଆଞ୍ଚଳିକ ସେନା କାର୍ଯ୍ୟକଳାପଗୁଡ଼ିକ କାତାରରୁ ସଞ୍ଚାଳନ ହେଉଛି। ବାଇଡେନ୍‌ଙ୍କ ପ୍ରତି ଥିବା ଏମ୍‌ବିଏସ୍‌ଙ୍କ ଶତ୍ରୁତା ସତ୍ତ୍ୱେ ବି ସଉଦି ଆରବ ଏବେ ସୁଦ୍ଧା ପାଖାପାଖି ୨,୭୦୦୦ ଆମେରିକୀୟ ସୈନ୍ୟଙ୍କୁ ସ୍ଥାନ ଦେଇଛି।
ଏଣୁ ଚାଇନା ସୈନ୍ୟଙ୍କୁ ସ୍ବାଗତ କରିବାର କୌଣସି ଯୋଜନା ଥିବା ଜଣାପଡ଼ୁନାହିଁ। ଏହି ସବୁ ଦେଶ ଆମେରିକା ପାଇଁ ସେମାନଙ୍କ ଦ୍ୱାରା ଖୋଲା ରଖିଛନ୍ତି। ସେମାନେ ଆମେରକାରୁ ଅତ୍ୟାଧୁୁନିକ ଅସ୍ତ୍ରଶସ୍ତ୍ର ପାଇାବା ଲକ୍ଷ୍ୟରେ ଏହା କରିଛନ୍ତି। ଏହା ସହ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଉପରେ ବି ସେମାନଙ୍କର ବିଶ୍ୱାସ ରହିଛି। ଯେତେଦିନ ଯାଏ ଆମେରିକା ଏହି ସବୁ ସୁବିଧା ଯୋଗାଇ ଦେଉଥିବା ସେତେଦିନ ଯାଏ ଏହା ଚାଇନାକୁ ସେହି ଅଞ୍ଚଳରୁ ଦୂରେଇ ରଖିବ।
କେତେଜଣ ବିଶେଷଜ୍ଞ ଭାବୁଛନ୍ତି ଯେ, ଆମେରିକୀୟଙ୍କୁ ସେମାନଙ୍କ ବିରୋଧୀ (ପ୍ରଥମେ ସୋଭିଏଟ୍‌ ଓ ଏବେ ଚାଇନିଜ) ବିପକ୍ଷରେ ଠିଆ କରାଇବାର ନାସିରଙ୍କ ନୀତିକୁ ଏବେ ଏମ୍‌ବିଏସ୍‌ ଅନୁସରଣ କରୁଛନ୍ତି। କିନ୍ତୁ ସାଉଦି ଥରେ ବାସ୍ତବତାକୁ ଅନୁଭବ କଲେ ଏମ୍‌ବିଏସ୍‌ କିମ୍ବା ତାଙ୍କ ଉତ୍ତରାଧିକାରୀମାନେ ଚାଇନାକୁ ଗ୍ରହଣ କରିବା ବଦଳରେ ଆମେରିକା ପକ୍ଷକୁ ଫେରିବେ।
ପୂର୍ବତନ ରିସର୍ଚ୍ଚ ଫେଲୋ, ନ୍ୟୁ ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri