ବଳଭଦ୍ରପୁରରୁ ଫେରିଲା ଖାଲି ଭୋଟ ବକ୍ସ

ଚମ୍ପୁଆ/ଝୁମ୍ପୁରା,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅଧୀନ ବଳଭଦ୍ରପୁର ଗ୍ରାମବାସୀ ରବିବାର ଭୋଟ୍‌ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ୍‌ ଦେଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ନିର୍ବାଚନ ବିଗୁଲ ବାଜିଲା ପରେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଗ୍ରାମବାସୀ ଭୋଟ ବର୍ଜନ ଚେତାବନୀ ଦେଇଥିଲେ। ପ୍ରଶାସନ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ଫଳରେ ରବିବାର ଗ୍ରାମବାସୀ ଭୋଟ ଦେଇ ନ ଥିଲେ। ପୋଲିଂ ପାର୍ଟି ଖାଲି ବାକ୍ସ ନେଇ ଫେରିଥିଲେ। ଏ ସଂକ୍ରାନ୍ତରେ ବିଡିଓ ବିଜୟ କୁମାର ନାୟକଙ୍କୁ ପଚାରିବାରୁ ବଳଭଦ୍ରପୁର ଏକ ହାମ୍‌ଲେଟ୍‌ ଭିଲେଜ୍‌ ହୋଇଥିବାରୁ ୨୦୧୧ ଜନଗଣନା ଅନୁସାରେ ଏଠାକାର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ। ମାତ୍ର ଅଭିଯୋଗ ପରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଗ୍ରାମରେ ପ୍ରାୟ ୧୧ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ରହୁଥିବା ବେଳେ ୧୦୫୬ଜଣ ଭୋଟର୍‌ ରହିଛନ୍ତି। ଏହି ଗ୍ରାମ ନାରଦପୁର ପଞ୍ଚାୟତର ୬, ୭, ୮ନମ୍ବର ୱାର୍ଡକୁ ନେଇ ଗଠିତ।

Share