ଶୂନ୍ୟପୁରୁଷ ଶିଶୁଅନନ୍ତ

ଡ. ଭବାନୀ ଶଙ୍କର ଦାଶ

ସଂସ୍କୃତ ସାହିତ୍ୟ ପ୍ରତି ନୀରବ ପ୍ରତିବାଦରେ ସେଦିନ ସାରଳା ଦାସଙ୍କ ସାହିତ୍ୟ ସୃଷ୍ଟି ଥିଲା ଏକ ବୈପ୍ଳବିକ ପଦକ୍ଷେପ। ସାରଳାଙ୍କ ପରେ ଓଡ଼ିଶାର ସାହିତ୍ୟ, ସମାଜ, ସଂସ୍କୃତି ଓ ଧର୍ମ କ୍ଷେତ୍ରରେ ମଧ୍ୟ ଏକ ଯୁଗାନ୍ତକାରୀ ବିପ୍ଳବ ଆରମ୍ଭ ହୋଇଥିଲା। ଏହି ବିପ୍ଳବର କର୍ଣ୍ଣଧାର ସାଜିଥିଲେ ଓଡ଼ିଶାର ବୈଷ୍ଣବ ମହାପୁରୁଷ। ସେମାନେ ହେଲେ ବଳରାମ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଅନନ୍ତ ଦାସ। ଓଡ଼ିଆ ସାହିତ୍ୟ ଇତିହାସରେ ଏମାନେ ପଞ୍ଚସଖା ନାମରେ ନାମିତ। କେହି କେହି ପଣ୍ଡିତ ଏମାନଙ୍କୁ ପଞ୍ଚଶାଖା ବି କହିଥା’ନ୍ତି।
ପଞ୍ଚସଖା ଯୁଗର ବରେଣ୍ୟ ସାଧକମାନଙ୍କ ମଧ୍ୟରେ ଶିଶୁଅନନ୍ତ ଓଡ଼ିଆବାଣୀ ଭଣ୍ଡାର ଓ ଭକ୍ତି ପରମ୍ପରାରେ ଏକ ଅଦ୍ଭୁତ ରହସ୍ୟ ଘନ ଉଚ୍ଚାରଣ। ତାଙ୍କ ଜନ୍ମ ସମୟ, ଜନ୍ମସ୍ଥାନ, ରଚନାବଳୀ ଓ ଅଲୌକିକତା ସମ୍ପର୍କରେ ଠିକ୍‌ ପ୍ରମାଣଭିତ୍ତିକ ବିବରଣୀ ଏଯାଏ ମିଳିବା ସମ୍ଭବ ହୋଇନାହିଁ। ତଥାପି ଓଡ଼ିଶାରେ ପଞ୍ଚସଖା ବିଶ୍ଳେଷଣ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହିଁ ହୋଇନାହିଁ। ଯେତିକି ସେମାନଙ୍କ ସମ୍ପର୍କରେ ଗବେଷଣା କରାଯାଇଛି, ତାହାସବୁ ଆଦୌ ଯଥେଷ୍ଟ ନୁହେଁ କି ଯଥାଯଥ ବି ନୁହେଁ। ଓଡ଼ିଶାର ଲୋକକଥାରେ ଏବେ ବି କୁହାଯାଏ- ଅଚ୍ୟୁତ ଠାର, ଅନନ୍ତ ଗାର। ସେହି ପଞ୍ଚସାଧକ ଅନେକ ମାଳିକା, ପଟଳ, ଚଉତିଶା, ବାଖର ଇତ୍ୟାଦି ରଚନା କରିଥିଲେ ହେଁ ଅଧିକାଂଶ ରଚନାରେ ଠାରର ବ୍ୟବହାର ରହିଛି। ବିଶେଷତଃ ଅଚ୍ୟୁତାନନ୍ଦ ଠାର ବଚନ ଲେଖିବାରେ ସିଦ୍ଧହସ୍ତ ଥିଲେ। ଏମାନେ ଥିଲେ ଦୂରଦ୍ରଷ୍ଟା ଲୋକଶିକ୍ଷକ। ଆଗାମୀ କାଲିର ସୂନା ଦେଲାବେଳେ ଲୋକମାନେ ଆତଙ୍କିତ ନ ହେବା ପାଇଁ ଠାରର ଉପଯୋଗ କରିଥିଲେ। ମାତ୍ର ଏମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଶକ୍ତିର ଅଧିକାରୀ ଥିଲେ ମହାତ୍ମା ଶିଶୁଅନନ୍ତ। ତାଙ୍କ ‘ଗାର’ କ’ଣ ତାହା ଏଯାଏ ଓଡ଼ିଶାର ବୌଦ୍ଧିକ ସ୍ତରକୁ ଆନ୍ଦୋଳିତ କରିନାହିଁ। ଅଥଚ ‘ଗାରକଟା ଯନ୍ତ୍ର’ ଉଦ୍ଭାବକ ଭାବେ ପଞ୍ଚସଖା ମଧ୍ୟରେ ତାଙ୍କର ବିଶେଷ ଖ୍ୟାତିଥିଲା। ‘ଗାରକଟା ଯନ୍ତ୍ର’ କ’ଣ ତାହା ସ୍ପଷ୍ଟ ହୋଇପାରିଲା ନାହିଁ ଏଯାଏ। ତାଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାମାଣିକ ତଥ୍ୟ ମଧ୍ୟ ମିଳିପାରିନାହିଁ ।
ଶିଶୁଅନନ୍ତଙ୍କ ଜନ୍ମ ବାଲିପାଟଣାରେ। ଏହାର ଅନେକ ପ୍ରମାଣ ରହିଛି। ବଂଶାନୁକ୍ରମିକ ଭାବେ ସିଏ ଥିଲେ ବାଲିପାଟଣାର ଅଧିବାସୀ। ତାଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମାତା ଗୌରୀ ଦେବୀ । ଶିଶୁଅନନ୍ତଙ୍କ ପୁତ୍ରର ନାମ ଅକ୍ରୂର। ଏକଦା ଯଶୋବନ୍ତ ଦାସ ନିଜ ଶିଷ୍ୟମାନଙ୍କ ସହିତ ବାଲିପାଟଣାରେ କିଛିଦିନ ଅବସ୍ଥାନ କରିଥିବା କଥା ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ରୁ ଜାଣିବାକୁ ମିଳେ। କେବଳ ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ ନୁହେଁ, ଜଗନ୍ନାଥ ଦ୍ୱିଜଙ୍କ ରଚିତ ‘ଭକ୍ତି ଚନ୍ଦ୍ରିକା’ରେ ଅନନ୍ତଙ୍କ ଜନ୍ମ ବାଲିପଡ଼ା ବୋଲି ଉଲ୍ଲେଖ ଅଛି । ଅପଭ୍ରଂଶର ଗଡ୍ଡାଳିକାରେ ବାଲିପଡ଼ା ପରବର୍ତ୍ତୀ ସମୟରେ ବାଲିପାଟଣା ହୋଇଥିବା ଖୁବ୍‌ ସମ୍ଭବ। ପଞ୍ଚସଖା ଥିଲେ ଅତି ଅଲୌକିକ ଶକ୍ତିର ଅଧିକାରୀ ସିଦ୍ଧ ସାଧକ। ସେମାନଙ୍କ ଅଲୌକିକ କ୍ରିୟାକଳାପ ଆଶ୍ଚର୍ଯ୍ୟ ଚକିତ କରୁଥିଲା। ଶିଶୁଅନନ୍ତଙ୍କଠାରେ ଏ ଅଲୌକିକତା ଅତିମାତ୍ରାରେ ଦେଖିବାକୁ ମିଳୁଥିଲା। ଈଶ୍ୱର ଦାସଙ୍କ ‘ଚୈତନ୍ୟ ଭାଗବତ’ ଅନୁସାରେ ପଞ୍ଚସଖାଙ୍କ ଆବିର୍ଭାବ ପ୍ରତ୍ୟେକ ଯୁଗରେ ରହିଥାଏ। ଯିଏ ଅନନ୍ତ ଯୁଗରେ ଗାର୍ଗବ ଭାବେ ଜନ୍ମ ହୋଇଥିଲେ, ସିଏ ସତ୍ୟଯୁଗରେ ହେଲେ ଯଜୁର୍ବେଦ, ତ୍ରେତାରେ ଜାମ୍ବବ, ଦ୍ୱାପରରେ ସୁବାହୁ ଓ କଳିଯୁଗରେ ଶିଶୁଅନନ୍ତ ହୋଇ ଜନ୍ମ ନେଇଥିଲେ।
ବାଲିପାଟଣାର ଫିରିଙ୍ଗପାଟଣା ଗ୍ରାମ ମଧ୍ୟ ତାଙ୍କ ଅଲୌକିକ କାର୍ଯ୍ୟ ଲାଗି ପ୍ରସିଦ୍ଧ ହୋଇଛି। ଏକଦା କୌଣସି ଏକ ବେହେରାର ଗୋରୁ ପିର୍‌ ଖାଁ ନାମକ ବିତ୍ତଶାଳୀ ବ୍ୟକ୍ତିର ଆଖୁକିଆରିରେ ପଶି ଗଛ ସବୁ ଖାଇଦେଲା। ପିର୍‌ ଖାଁ ତତ୍କାଳୀନ ରାଜଦରବାରରେ ଅଭିଯୋଗ କଲେ। ବେହେରାଟି ବିଚରା କାନ୍ଦିକାନ୍ଦି ରାଜଦରବାରକୁ ଯିବା ବାଟରେ ଅନନ୍ତ ଗୋସେଇଁ ଭେଟ ହେଲେ। ପ୍ରବୋଧନା ଦେଇ ଭୟାତୁର ବେହେରାକୁ ବିଦାକରି ଅନନ୍ତ ଦାସ ଖଣ୍ଡିଆ କାନ୍ଥରେ ବସି ରାଜଦ୍ୱାରରେ ପହଞ୍ଚତ୍ ଅଭିଯୁକ୍ତକୁ ମୁକ୍ତ କରିଥିଲେ । ସେହି ସ୍ମୃତିକୁ ଧରି ରଖି ଆଜି ମଧ୍ୟ ପିର୍‌ ଖାଁ ପାଟଣା ଫିରିକାପାଟଣା ନାମ ଧରି ସଦର୍ପେ ଦଣ୍ଡାୟମାନ ରହିଛି । ଅନ୍ୟ ସଖାଙ୍କ ଭଳି ଅନନ୍ତ ଦାସଙ୍କ ମାଳିକାଦିର ପ୍ରଚାର ପ୍ରସାର ତଥାପି ହୋଇପାରିନାହିଁ। ତାଙ୍କ ମନ୍ତ୍ର ଯାନ ଯେ ସାମ୍ପ୍ରତିକ ଯନ୍ତ୍ରଯାନଠାରୁ ଥିଲା ଉନ୍ନତତର ଯାହା ଗବେଷଣା ସାପେକ୍ଷ। ଏଥିପାଇଁ ଶିଶୁମଠଠାରେ ଅନନ୍ତ ଗବେଷଣାଗାରଟିଏ ପ୍ରତିଷ୍ଠା କରାଯାଇ ପଞ୍ଚସଖାଙ୍କ ସମ୍ପର୍କରେ ସ୍ବତନ୍ତ୍ର ଗବେଷଣାର ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗାମୀ କାଲିର ବିଶ୍ୱ ଏକ ଗରିମାମୟ ତେଜସ୍ବୀ ଓଡ଼ିଶାକୁ ଦେଖିପାରନ୍ତା।
ପ୍ରାକ୍ତନ ପ୍ରାଧ୍ୟାପକ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ବାଲିପାଟଣା, ଖୋର୍ଦ୍ଧା
ମୋ: ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri