ଦେଖିଲେ ଚିହ୍ନି ହେଉନି

ବମ୍ବେ: ପ୍ରତ୍ୟେକ ଚରିତ୍ରରେ ନିଜକୁ ଢ଼ାଳିବା ଲାଗି କଳାକାରଟିଏ ବହୁତ ପରିଶ୍ରମ କରିଥାଏ। ସେଭଳି ଜଣେ ଅଭିନେତା ହେଲେ ବଲିଉଡ୍‌ରେ ‘ସିରିଏଲ୍‌ କିସର୍‌’ ଭାବେ ପରିଚିତ ଇମ୍ରାନ ହାସମୀ। ଏବେ ସେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଟାଇଗର ୩’ପାଇଁ ବ୍ୟସ୍ତ। ସିନେମାକୁ ନେଇ ସେ ନିଜକୁ ବଦଳାଇ ସାରିଲେଣି। ଫିଟ୍‌ ଚେହେରା ଲାଗି ଘଣ୍ଟା ଘଣ୍ଟା ସେ ଜିମ୍‌ରେ ଝାଳ ବୁହାଉଛନ୍ତି।

ନିକଟରେ ଇମ୍ରାନଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। କଳା ଜିନ୍ସ ଏବଂ ଟି ଶର୍ଟରେ ସେ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ। ଏହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଅଭିନେତାଙ୍କ ପୁରାପୁରି ପିଟ୍‌ ଚେହେରାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। କେହି କେହି ସେ ପୁରାପୁରି ଅଲଗା ଲାଗୁଛନ୍ତି ବୋଲି କହୁଥିବା ବେଳେ ଆଉ କିଏ ଚିହ୍ନି ହେଉନାହିଁ ବୋଲି ପ୍ରତିକ୍ରିୟା ଦେଉଛନ୍ତି।

ପ୍ରଥମେ ସଲମାନଙ୍କ ସହ ଟାଇଗର ୩ରେ ଶାହାରୁଖ ଖାନ୍‌ ନଜର ଆସିବେ ବୋଲି କୁହାଯାଉଥିଲା। ହେଲେ ପରେ ଜଣାପଡ଼ିଥିଲା ତାହା ଗୁଜବ। ତାଙ୍କ ବଦଳରେ ଇମ୍ରାନ ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡ଼ିଥିଲା।

Share