ଜନ୍ମଦିନରେ ପ୍ରଶଂସକଙ୍କୁ ବଡ ଉପହାର ଦେଲ ଇମ୍ରାନ

ମୁମ୍ବାଇ: ବଲିଉଡର ସିରିୟଲ କିସର ଇମ୍ରାନ ହାସମି ତାଙ୍କ ୪୩ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ତେବେ ଜନ୍ମଦିନରେ ଇମ୍ରାନ ତାଙ୍କ ଫ୍ୟାନମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ପ୍ରଶଂସକଙ୍କୁ ସରପ୍ରାଇଜ ଦେବାକୁ ଯାଇ ଇମ୍ରାନ ତାଙ୍କ ନୂଆ ଗୀତ ‘ଇସ୍କ ନେହିଁ କରତେ’କୁ ରିଲିଜ୍ କରିଛନ୍ତି । ଏହି ଗୀତର ଟିଜର ଆସିବା ପରେ ଦର୍ଶକେ ଗୀତଟିକୁ ଖୁବ୍ ଉତ୍ସୁକତାର ସହ ଅପେକ୍ଷା ରଖିଥିଲେ । ଏବେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଜନ୍ମଦିନରେ ଇମ୍ରାନ ଭେଟି ଦେଇଛନ୍ତି ତାଙ୍କ ନୂଆ ଗୀତ । ସୂଚନାଯୋଗ୍ୟ, ଇମ୍ରାନ ହାସମିଙ୍କ ନୂଆ ମ୍ୟୁଜିକ ଭିଡିଓରେ ପ୍ରେମ ଓ ପ୍ରେମରେ ମିଳୁଥିବା କଷ୍ଟକୁ ଚିତ୍ରିତ କରାଯାଇଛି । ଏଥିରେ ଅଭିନେତାଙ୍କର ଖୁବ୍ ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି ।
ସିରିୟଲ କିସରଙ୍କ ନୂଆ ଗୀତ ଡିଆରଜେ ରେକର୍ଡସର ଅଫିସିୟାଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହୋଇଛି । ଏଥିରେ ବି ପ୍ରାକ୍ କଣ୍ଠଦାନ କରିଛନ୍ତି । କେବଳ ଗୀତ ନୁହେଁ ଏହାର ମ୍ୟୁଜିକ ବି ଦେଇଛନ୍ତି ବି ପ୍ରାକ୍ । ଏଥିରେ ଇମ୍ରାନଙ୍କ ସହ ଶହର ବାମ୍ବା ବି ନିଜ ଅଭିନୟରେ ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି । ଖୁବଶୀଘ୍ର କିସିଙ୍ଗ ବୟ ଇମ୍ରାନ ମୁଭି ଟାଇଗର ୩ରେ ନଜର ଆସିବେ । ଏଥିରେ ସେ ସଲମାନ ଖାଁ ଓ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ୍ ଶେୟାର କରିବେ ।

Share