ପାକିସ୍ତାନରେ ୬ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଇସଲାମାବାଦ,୧।୭ : ପାକିସ୍ତାନର ଅଶାନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶର ଦୁଇଟି ଜିଲାରେ ସେନା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଜିଲାଗୁଡ଼ିକରେ ସୁରକ୍ଷା ବାହିନୀ ୬ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀର ଟେଙ୍କ ସହରର ମଞ୍ଜାଇ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଖବର ଅନୁଯାୟୀ ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସେମାନେ ସୁରକ୍ଷା ବାହିନୀ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ ଏବଂ ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ସେମାନଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲେ। ପୃଥକ ପୃଥକ ଭାବରେ ଉକ୍ତ ପ୍ରଦେଶର ଉତ୍ତର ୱାଜିରିସ୍ତାନ ଜିଙ୍ଲାର ରଜମାକ ଅଞ୍ଚଳରେ ସୁରକ୍ଷା ବାହିନୀ ମଧ୍ୟ ତିନିଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଆନ୍ତଃ- ସେବା ଜନସମ୍ପର୍କ ବିଭାଗ କହିଛି ଏହି ଅଞ୍ଚଳରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସର୍ଚ୍ଚ ଅପରେଶନ ଚାଲିଛି। ଏହି ଅଞ୍ଚଳରୁ ଆତଙ୍କବାଦର ବିପଦକୁ ହଟାଇବା ପାଇଁ ଚାଲିଥିବା ସଂଗ୍ରାମରେ ସେନାର କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ବୋଲି ସେ କହିଛନ୍ତି।

Share