Categories: ଜାତୀୟ

ବଡଗାମରେ ଏନକାଉଣ୍ଟର ଜାରି, ସୁରକ୍ଷାକର୍ମୀ ରାହୁଲ ଭଟ୍ଟ-ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ ୩ ଜଣଙ୍କ ଉପରେ ନଜର

ଜମ୍ମୁ,୧୦ ।୮: ଜମ୍ମୁ-କଶ୍ମୀରର ବଡଗାମରେ ବୁଧବାର ସକାଳୁ ସୁରକ୍ଷା କର୍ମୀ ପ୍ରବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ/ଲସ୍କର-ଏ-ତୋଏବାର ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି । ଜମ୍ମୁ-କଶ୍ମୀର ପୋଲିସ କହିଛି ରାହୁଲ ଭଟ୍ଟ ଓ ଅମରିନ ଭଟ୍ଟ ସମେତ କେତେଜଣ ସାଧାରଣ ନାଗରକଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ଲତିଫ ରାଥର ବି ଫସି ରହିଛନ୍ତି ।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, କଶ୍ମୀର ଜୋନ ପୋଲିସ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜିପି) କଶ୍ମୀରଙ୍କ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି, ଆତଙ୍କବାଦୀ ଲତିଫ ରାଥର ସମେତ ଆତଙ୍କବାଦୀ ସଙ୍ଗଠନ ଲସ୍କରର ୩ ଆତଙ୍କବାଦୀ ଘେରାବନ୍ଦୀରେ ଫସି ଯାଇଛନ୍ତି । ଆତଙ୍କବାଦୀ ଲତିଫ ରାହୁଲ ଭଟ୍ଟ ଓ ଅମରିନ ଭଟ୍ଟ ସମେତ କେତେଜଣ ସାଧାରଣ ନାଗରିକଙ୍କ ହତ୍ୟାରେ ସାମିଲ ଅଛନ୍ତି ।
କଶ୍ମୀର ଜୋନ ପୋଲିସ ଏକ ଟୁଇଟରେ କହିଛି, ବଡଗାମର ୱାଟରହେଲ ଅଞ୍ଚଳରେ ଏନକାଣ୍ଟର ଆରମ୍ଭ ହୋଇଯାଇଛି ।

Share