Categories: ଜାତୀୟ

କୁଲଗାମରେ ୮ ଘଣ୍ଟାରୁ ଅଧିକ ସମୟର ମୁହାଁମୁହିଁ ପରେ ୨ ଆତଙ୍କବାଦୀ ମୃତ

ଜମ୍ମୁ,୧୦ ।୧: ଦକ୍ଷିଣ କଶ୍ମୀର କୁଲଗାମ ଜିଲାର ହସନପୋରାରେ ରବିବାର ୮ ଘଣ୍ଟାଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଶେଷରେ ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଥିଲା । ଏହି ଆକ୍ରମଣରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରାତି ହୋଇଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆତଙ୍କବାଦୀମାନେ ସିଲ୍ କରି ରଖିଛନ୍ତି । ଚଳିତ ବର୍ଷରେ ଅଷ୍ଟମ ଥର ଲାଗି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନୂଆ ବର୍ଷର ପ୍ରଥମ ସପ୍ତାହରେ ୧୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ଅଧିକ ସଂଖ୍ୟକ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଓ ଲସ୍କର-ଇ-ତୋଏବାର ବୋଲି ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ହସନପୋରା ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଏହାପରେ ସନ୍ଧ୍ୟାରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ସିଲ କରିଦେଇଥିଲେ ଓ ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହା ଜାଣିପାରି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଆଉ ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Share