ଶ୍ରୀନଗର,୨୪।୪: ପୁଲୱାମାର ପାହୁ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ସୁରକ୍ଷା ବାହିନୀ ସେମାନଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ସତର୍କତାର ସହ ଜବାବ ଦେଉଛନ୍ତି। କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ପୁଲୱାମାରେ ତିନି ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପରେ ଏହି ଅପରେସନ ଆରମ୍ଭ କରାଯାଇଛି।
ଏହାପୂର୍ବରୁ ଶନିବାର ସାରେ ଦକ୍ଷିଣ କଶ୍ମୀରର କୁଲଗାମରେ ହୋଇଥିବା ଏକ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୨ ଆତଙ୍କବାଦୀ ନିହତ ହୋଇଥିଲେ। ତିନି ଦିନ ମଧ୍ୟରେ ଉପତ୍ୟକାରେ ଦୁଇଟି ପୃଥକ ଗୁଳିବିନିମୟରେ ସୁରକ୍ଷା ବାହିନୀ ୬ ଜଣ ଆତଙ୍କବାଦୀଙ୍କୁ ଟଳି ପଡିଥିଲେ।