ପାକିସ୍ତାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀ ନିହତ

ବେଲୁଚିସ୍ତାନ,୧।୭:ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଏବଂ ଟ୍ୟାଙ୍କ ସିଟିରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ତେବେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଟ୍ୟାଙ୍କ ସିଟିରେ ହୋଇଥିବା ଏନକାଉଣ୍ଟରରେ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା ବାହିନୀ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଛନ୍ତି।
ସୂଚନା ମୁତାବକ, ଆତଙ୍କବାଦୀମାନେ ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ।

Share