Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୨ ଘଣ୍ଟାରେ ୫ ଆତଙ୍କବାଦୀ ମୃତ

ଜମ୍ମୁ,୩୦ ।୧: ଜମ୍ମୁ-କଶ୍ମୀରରେ ଗତ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିବା ଅପରେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ଲସ୍କଇ-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କଶ୍ମୀର ଆଇଜିପି ସମାଚାର ଏଜେନ୍ସି ଏଏନ୍‌ଆଇକୁ କହିଛନ୍ତି ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ କମାଣ୍ଡର ଓ ଆତଙ୍କବାଦୀ ଜାହିଦ ୱାନି ଓ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ସୂଚନାଯୋଗ୍ୟ, ଗତକାଲିଠାରୁ ପୁଲୱାମା ଜିଲାରେ ସୁରକ୍ଷାର୍କମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ପୋଲିସ, ସେନା ଓ ସିଆରପିଏଫର ମିଳିତ ଟିମ୍ ଏହି ଅପରେଶନକୁ ସଫଳ କରିଛନ୍ତି । ପୋଲିସକୁ ଜିଲାର ନିୟରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଏହାରି ଆଧାରରେ ସୁରକ୍ଷାକର୍ମୀଙ୍କ ଟିମ ସର୍ଚ୍ଚ ଅପରେଶନ ଆରମ୍ଭ କରିଦେଇଥିଲେ । ଏହିସମୟରେ ପ୍ରଥମେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏହାର ଜବାବରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା । ଶେଷରେ ସୁରକ୍ଷା କର୍ମୀଙ୍କୁ ମିଳିଥିଲା ସଫଳତା ।

Share