Categories: ଜାତୀୟ

ରାଜୌରିରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ୫ ଯବାନ ଶହୀଦ, ଜଣେ ହସ୍ପିଟାଲରେ ଭର୍ତ୍ତି; ଅପରେଶନ ଜାରି

ରାଜୌରି,୫।୫: ଜମ୍ମୁ ସଂଭାଗର ରାଜୌରି ଜିଲାର କଂଡି ଅଞ୍ଚଳରେ ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି। ଏହି ଘଟଣା ସମ୍ପର୍କରେ ସେନା ଏକ ବୟାନ ଜାରି କରି କହିଛି କି ଏନକାଉଣ୍ଟର ସମୟରେ ୨ ଯବାନ ଶହୀଦ ହୋଇଯାଇଛନ୍ତି। ଏହାସହ ଜଣେ ଅଧିକାରୀଙ୍କ ସମେତ ୪ ଆହତ ହୋଇଛନ୍ତି। ଆହତଙ୍କୁ କମାଣ୍ଡ ହସ୍ପିଟାଲ ଉଦ୍ଧମପୁର ନିଆଯାଇଛି। ଏଥି ମଧ୍ୟରୁ ଚିକିତ୍ସା ସମୟରେ ୩ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।
ଜଣେ ଅଧିକାରୀ କହିଛନ୍ତି ପୋଲିସ, ସେନା ଓ ସିଆରପିଏଫ ଟିମ ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ବିଶେଷ ସୂଚନା ପାଇବା ପରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ସଂଯୁକ୍ତ ଟିମ ଉକ୍ତ ଅଞ୍ଚଳରେ ପହଞ୍ଚିବା ପରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଯବାବରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା।

Share