Categories: ଜାତୀୟ

ପୁଣି ସଫା ହେଲେ ୩ ଆତଙ୍କବାଦୀ

ଶ୍ରୀନଗର,୧।୭: ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଜାରି ରହିଛି। ଟ୍ରାଲ ଅଞ୍ଚଳରେ ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଫଳରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି।
ପୁଲୱାମାର ଟ୍ରାଲରେ ଗୁପ୍ତଚର ସୂଚନା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ। ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରକୁ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ସକାଳ ହେବା ମାତ୍ରେ ପୁଣି ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଏକ ଘରେ ଲୁଚି ରହିଥିବା ବେେଳେ ସେଠାରେ ଗୁଳିବର୍ଷଣ କରାଯାଇଥିଲା।

Share