Categories: ଜାତୀୟ

କୁପଓ୍ବାଡା ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬।୬: ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଏହି ଘଟଣା ପରେ ସମ୍ପୂର୍ଣ୍ଣ ଉତ୍ତର କଶ୍ମୀରରେ ଏଲଓସିରେ ସୁରକ୍ଷା କଡାକଡି କରାଯାଇଛି। ସେନା ସମସ୍ତ ଫିଲ୍ଡ କମାଣ୍ଡରଙ୍କୁ ଶତ୍ରୁଙ୍କୁ ଯେକୌଣସି ଦୁଃସାହସର ଜବାବ ଦେବାକୁ କହିଛି। ଗତ ୩ ଦିନରେ ଉତ୍ତର କଶ୍ମୀରର କୁପଓ୍ବାଡାରେ ଏହା ଦ୍ୱିତୀୟ ଘଟଣା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ ୧୩ରେ ଡୋଗାନାଡ ମଚ୍ଛଲ ସେକ୍ଟରରେ ସେନା ଯବାନଙ୍କ ଦ୍ୱାରା ୨ ଆତଙ୍କବାଦୀ ନିହତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟର କୁପଓ୍ବାଡାର ଜମଗୁଂଡ ଅଞ୍ଚଳରେ ହୋଇଥିଲା।

Share