Categories: ଜାତୀୟ

ଶେଷ ହେଲା ଅନନ୍ତନାଗ ଏନ୍‌କାଉଣ୍ଟର: ଲଶ୍ମର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଅନନ୍ତନାଗ,୧୯।୯: ଗତ ସପ୍ତାହେ ଧରି ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟର ମଙ୍ଗଳବାର ଶେଷ ହୋଇଛି। ଏଥିରେ ଲଶ୍କର-ଏ-ତାଇବା କମାଣ୍ଡର ଉଜୈର ଖାନ୍‌ଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାଛଡ଼ା ଭାରତୀୟ ସେନାର ଦୁଇ ଅଫିସର ଏବଂ ଜଣେ ପୋଲିସ ଅଧିକାରୀଙ୍କ ସମେତ ୪ ଯବାନ ଶହୀଦ ହୋଇଥିବା କଶ୍ମୀରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି। ତେବେ ଉଜୈରଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଦ୍ୱିତୀୟ ଆତଙ୍କବାଦୀଙ୍କ ମୃତଦେହକୁ ବାହାର କରିବା ସମ୍ଭବ ହୋଇନାହିଁ। ଏନ୍‌କାଉଣ୍ଟର ଶେଷ ହୋଇଥିଲେ ହେଁ ସର୍ଚ୍ଚ ଅପରେଶନ ଜାରି ରହିବ ବୋଲି ସେ ମଧ୍ୟ କହିଛନ୍ତି।

Share