Categories: ଜାତୀୟ

ଜମ୍ମୁ-କଶ୍ମୀର ଉରି-ହଥଲଙ୍ଗାରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ଉରିରେ ଆତଙ୍କବାଦୀ ଏବଂ ସେନା ଯବାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ‘ଏକ୍ସ’ ରେ କହିଛି ଯେ, ସେନା ଏବଂ ପୋଲିସ କର୍ମଚାରୀ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

Share