କଟକସଦର,୧୬।୧୦(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା କନ୍ଦରପୁର ଥାନା କାଠଯୋଡ଼ି ନଦୀବନ୍ଧ ଅଥଙ୍ଗା ନିକଟରେ ଶନିବାର ଏକ ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ କନ୍ଦରପୁର ଥାନା ଏସ୍ଆଇ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ରାକାଙ୍କୁ ଧରିବା ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ରାକେଶଙ୍କ ଘର ଜଗତ୍ସିଂହପୁର ଜିଲାର ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ଗାଁରେ ବୋଲି ଜଣାଯାଇଛି। ତାଙ୍କ ନାଆଁରେ ବହୁ ଆପରାଧିକ ମାମଲା ରହିଛି।