Categories: ଜାତୀୟ

ପାକିସ୍ତାନ ସୀମାରେ ବଡ଼ ଧରଣର ଏନ୍‌କାଉଣ୍ଟର, ଜଣେ ଯବାନ୍‌ ଶହୀଦ, ୪ ଆହତ

ନୂଆଦିଲ୍ଲୀ, ୨୭।୦୭: ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲାରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି । ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ଏଲ୍‌ଓସିରେ ପାକିସ୍ତାନ ବର୍ଡର ଆକ୍ସନ ଫୋର୍ସର ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ମେଜରଙ୍କ ସମେତ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏଥିସହିତ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ।

ଗତ ୩ ଦିନ ଧରି ଏହି ଏନ୍‌କାଉଣ୍ଟର ଜାରି ରହିଛି । ବର୍ଡର ଆକ୍ସନ ଟିମ୍‌ ଆତଙ୍କବାଦୀ ଗତିବିଧିକୁ ନଜର କରି ସ୍ଥଳସେନାକୁ ସୂଚନା ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଅଧିକାରୀମାନେ କହିଛନ୍ତି, “କୁପୱାଡ଼ା ସେକ୍ଟରର କୁମକାଡି ଅଞ୍ଚଳରେ ଭାରତୀୟ ସେନା ଏବଂ ପାକିସ୍ତାନୀ ବର୍ଡର ଆକ୍ସନ ଟିମ ମଧ୍ୟରେ ଏହି ଏନ୍‌କାଉଣ୍ଟର ହୋଇଛି । ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

Share