Categories: ଜାତୀୟ

ଅବନ୍ତିପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀର ଅବନ୍ତିିପୋରାର ତ୍ରାଲରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସର ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହାପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି। କୁହାଯାଉଛି, ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିିଥାଇପାରନ୍ତି। ଅନ୍ୟପଟେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଓ ସୁରକ୍ଷାକର୍ମୀ ଦୃଢ଼ତାର ସହିତ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ବୋଲି ଜମ୍ମୁ-କଶ୍ମୀର ପୋଲିସ ଟୁଇଟ କରି ସୂଚନା ଦେଇଛି। ସୂଚନା ମୁତାବକ, ଏହି ଏନ୍‌କାଉଣ୍ଟର ପୂର୍ବରୁ ମଙ୍ଗଳବାର ଜମ୍ମୁ-କଶ୍ମୀରର ମହାନିର୍ଦେଶକ ପୋଲିସ(ଡିଜିପି) ଦିଲବାଗ ସିଂ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଥିଲେ। ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସହ୍ୟ କରାଯିବ ନାହିଁ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share