Categories: ଜାତୀୟ

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ସଫଳତା: ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ,୧୧ ।୧୧: ଜମ୍ମୁ-କଶ୍ମୀରରେ ଅଶାନ୍ତ ବାତାବାରଣ ସୃଷ୍ଟି କରିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା ଚଳାଇଛି । ହେଲେ ଭାରତୀୟ ସେନା ଏହାର କଡା ଜବାବ ଦେଇ ଚାଲିଛନ୍ତି । ଜମ୍ମୁ-କଶ୍ମୀରର କୁଲଗାମରେ ଗୁରୁବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଆଉ କାଳେ ଆତଙ୍କବାଦୀ ସେଠାରେ ଲୁଚି ରହିଥିବେ ସେଥିପାଇଁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ।

Share