Categories: ଜାତୀୟ

କୁଲଗାମ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ,୨୫ ।୭: ପାକିସ୍ତାନ ତା’ର ପ୍ରକୃତିରେ କେବେବି ପରିବର୍ତ୍ତନ କରୁନାହିଁ । ଜମ୍ମୁ-କଶ୍ମୀରର କୁଲଗାମରେ ପୁଣିଥରେ ଆତଙ୍କବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି । ହେଲେ ଏହାର କଡା ଯବାବ ଦେଇଛି ଭାରତୀୟ ସେନା । ରବିବାର କୁଲଗାମର ମୁନନ୍ଦ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହି ସମୟରେ ଭାରତୀୟ ସେନାର ଆକ୍ରମଣରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାପରେ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ ଜାରି ରହିଛି । ଜମ୍ମୁ-କଶ୍ମୀରରେ ଏହା କୌଣସି ନୂଆ ବା ପ୍ରଥମ ଏନକାଉଣ୍ଟର ନୁହେଁ । ଲଗାତାର ଏଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଲାଗି ରହିଛି । ନିକଟରେ ଉତ୍ତର କଶ୍ମୀରର ବାରାମୁଳା ଜିଲା ସୋପୋର ବାରପୋରା ଅଞ୍ଚରେ ଆତଙ୍କବାଦୀ ଓ ସୁରକ୍ଷାର୍କମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

Share