Categories: ଜାତୀୟ

ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୧।୪: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ବନ୍ଦୀ କରି ରଖିଥିବା ଜଣାଯାଇଛି।

ପୁଲୱାମା ଜିଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ସେନା ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

Share