ଶ୍ରୀନଗର,୨୮।୨: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲାର ପଦ୍ମଗୋରାଠାରେ ଏକ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲବାଗ ସିଂ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଥିଲେ ମଧ୍ୟ ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି। ସୂଚନାନୁସାରେ, ମୃତ ଆତଙ୍କବାଦୀ କଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ସମ୍ପୃକ୍ତ ଥାଇପାରେ ବୋଲି କୁହାଯାଉଛି। ଏହି ଏନକାଉଣ୍ଟରରେ ଦୁଇ ସେନା ଆହତ ହୋଇଥିବା ଜଣାପଡିଛି।
ପୁଲୱାମାରେ ସ୍ତ୍ରୀଙ୍କ ସହ ବଜାରକୁ ଯାଉଥିବା କଶ୍ମୀରୀ ପଣ୍ଡିତ ବ୍ୟାଙ୍କ ଗାର୍ଡ ସଞ୍ଜୟ ଶର୍ମାଙ୍କ ଉପରକୁ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଆତଙ୍କବାଦୀମାନେ ପ୍ୟାଡଗାମପୋରାରେ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଥିଲେ। ଏହି ଆକ୍ରମଣ ପରଠାରୁ ପୋଲିସ ଏବଂ ସୁରକ୍ଷା ବାହିନୀର ଟିମ କ୍ରମାଗତ ଭାବେ ଆତଙ୍କବାଦୀଙ୍କ ଉପରେ ନଜର ରଖିଛନ୍ତି।