ସମ୍ବଲପୁରରେ ଏନ୍‌କାଉଣ୍ଟର, ଜଣେ ଆହତ

ସମ୍ବଲପୁର,୬ା୧: ସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ପାଲଟା ଗୁଳି ଚାଳନା କରିଥିଲା ପୋଲିସ। ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଅଭିଯୁକ୍ତଙ୍କ ନାଁ ଜ୍ୟାକବ୍‌ ରାଜ ବୋଲି ଜଣାପଡ଼ିଛି।

Share