Categories: ଜାତୀୟ

ଶୋପିଆନ୍‌ରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍‌ର କାଶଓ୍ବା ଚିତ୍ରାଭାମ୍‌ ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂଚନା ଆଧାରରେ ସ୍ଥାନୀୟ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା।

ନିହତ ଆତଙ୍କବାଦୀଙ୍କୁ ଅନାୟତ ଅଶରଫ ଡାର୍‌ ଭାବେ ଚିହ୍ନଟ କରାଯାଇଛି। ସେ କାଶଓ୍ବା ଗାଁର ଜଣେ ଲୋକଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତାଙ୍କର ସନ୍ଧାନ ଜାରି ରହିଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଆତ୍ମସମର୍ପଣ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସଫଳ ହୋଇ ନ ଥିଲା।

ମୃତ ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି।

Share