Advertisement

ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା,୧୨ା୪: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ଆସିଫ୍‌ ଏବଂ ଅଭିଷେକ ବାରିକ୍‌। ଉଭୟଙ୍କୁ ବେଲପାହାଡ଼- ଝାରସୁଗୁଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଏନେ ସୂଚନା ଦେଇଛନ୍ତ ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସ୍‌ପି।

ସୂଚନାଯୋଗ୍ୟ, ଏକ ନାବାଳିକା ବଳାତ୍କାର ମାମଲାରେ ଫେରାର ଥିଲେ ଶେଖ୍‌ ଆସିଫ୍‌॥ ପୋଲିସ ଧରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା। ପୂର୍ବରୁ ଆସିଫଙ୍କ ନାଁରେ ୨ଟି ମାମଲା ରହିଛି। ବଳାତ୍କାର ମାମଲାରେ ଆସିଫଙ୍କ ସହଯୋଗୀ ଏବେ ବି ଫେରାର ରହିଥିବା ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Encounter