ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୪।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍‌ ନିକଟ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ପାଖରେ ଗୁରୁବାର ରାତିରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଆହତ ହୋଇଛନ୍ତି। ସେମାନେ ହେଲେ ବିହାର କଟିଆର ଜିଲାର ମନୀଷ ଯାଦବ ଓ ସୋନୁ ଯାଦବ। ଉଭୟଙ୍କ ବାମଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ କ୍ୟପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର
ଭୁବନେଶ୍ୱରରେ ଦୁଇ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ଟିମ୍‌ ଲୁଟେରାଙ୍କ ପଲ୍‌ସର ବାଇକ୍‌ ଓ ଦୁଇ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ବଡ଼ଗଡ଼ ଥାନାରେ ଆର୍ମସ ଆକ୍ଟ ସହ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଆହତ ଅଭିଯୁକ୍ତଦ୍ୱୟ ଖୋରା ଗ୍ୟାଙ୍ଗର ସଦସ୍ୟ ହୋଇଥିବାବେଳେ ସେମାନେ ବିହାର ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଲୁଟ୍‌ କରି ଆତଙ୍କ ଖେଳାଉଥିଲେ। କିଛିଦିନ ହେଲା ଲୁଟେରାଦ୍ୱୟ ଭୁବନେଶ୍ୱରରେ ଲୁଟପାଟ୍‌ କରିଥିବାରୁ ପୋଲିସର ଟାର୍ଗେଟ୍‌ରେ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ଟ୍ରେନ୍‌ରେ ଯାତାୟାତ କରୁଥିବାବେଳେ ବିଭିନ୍ନ ଷ୍ଟେଶନରୁ ବାଇକ୍‌ ଚୋରି କରୁଥିଲେ। ଉକ୍ତ ଚୋରା ବାଇକରେ ସହର ସାରା ବୁଲି ଲୁଟ୍‌ କରୁଥିଲେ। ପରେ ବାଇକକୁ ଷ୍ଟେଶନରେ ଥୋଇ ଘରକୁ ଚାଲିଯାଉଥିଲେ। ଗତ ମାର୍ଚ୍ଚ ୨୦ରେ ଲୁଟେରାଦ୍ୱୟ ଭୁବନେଶ୍ୱରରେ ୬ଟି ଲୁଟ୍‌କାଣ୍ଡ ଭିଆଇ ପୋଲିସର ଚିନ୍ତା ବଢ଼ାଇଥିଲେ। ସେଥିମଧ୍ୟରୁ ଶ୍ରୀଲିଙ୍ଗରାଜ ଥାନା, ମଞ୍ଚେଶ୍ୱର, କ୍ୟାପିଟାଲ, ଚନ୍ଦ୍ରଶେଖରପୁରରେ ଗୋଟିଏ ଓ ବଡ଼ଗଡ ଥାନା ଅଞ୍ଚଳରେ ଦୁଇ ମାମଲା ରହିଥିଲା। ସିସିଟିଭି ଫୁଟେଜ୍‌ରୁ ଲୁଟେରାଦ୍ୱୟଙ୍କୁ ପୋଲିସ ଚିହ୍ନଟ କରି ସେମାନଙ୍କ ଉପରେ କଡ଼ା ନଜର ରଖିଥିଲା। ଗୁରୁବାର ରାତି ପ୍ରାୟ ୧୦ଟାରେ ଲୁଟେରାଦ୍ୱୟ କଟକ-ପୁରୀ ବାଇପାସ ରୋଡରେ ବୁଲାବୁଲି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ପୋଲିସ ଟିମ୍‌ ଉଭୟଙ୍କୁ କାବୁ କରିବାକୁ ଜାଲ ବିଛାଇଥିଲା। ତେବେ ପୋଲିସ ଟିମ୍‌ ଖୋଜାଖୋଜି କରୁଥିବା ବେଳେ ସାଇମନ୍ଦିର ଛକ ନିକଟରେ ଲୁଟେରାଙ୍କ ସହ ଭେଟ ହୋଇଥିଲା। ପୋଲିସକୁ ଦେଖି ଲୁଟେରାଦ୍ୱୟ ଟଙ୍କପାଣି ବ୍ରିଜ୍‌ ଆଡ଼କୁ ଦ୍ରୁତଗତିରେ ବାଇକ୍‌ ମୁହାଁଇଥିଲେ। ପରେ ସେମାନେ ବାଙ୍କୁଆଳ ବାଲିଯାତ୍ରା ଆଡ଼କୁ ଯାଉଥିବାବେଳେ ଏକ ସିମେଣ୍ଟ ପାଚେରିରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସକୁ ଦେଖି ସେମାନେ ବନ୍ଧୁକ ଚଳାଇଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଏହି ସମୟରେ ପରସ୍ପର ମଧ୍ୟରେ ୮ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିମାଡ଼ରେ ପୋଲିସ ବର୍ତ୍ତି ଯାଇଥିବାବେଳେ ଲୁଟେରାଦ୍ୱୟ ଆହତ ହୋଇ ତଳେ ପଡ଼ିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୩ ତାରିଖ ପାହାନ୍ତାରେ କଟକ-ପୁରୀ ବାଇପାସ୍‌ ରୋଡ କେଶୁରା ନିକଟରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ ଓ ପୋଲିସ ଟିମ୍‌ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ଜଣେ ଲୁଟେରା ଆହତ ହୋଇଥିବାବେଳେ ଦୁଇଜଣ ଧରାପଡ଼ିଥିଲେ। ସେହିପରି ଫେବୃଆରୀ ୧୭ ଭୋର ବେଳେ ଆପାର୍ଟମେଣ୍ଟ ଲୁଟେରାଙ୍କୁ ବାଲିଅନ୍ତା ଅଞ୍ଚଳରେ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଏହି ସମୟରେ ୫ଜଣ ଖସି ପଳାଇଥିବା ବେଳେ ଜଣେ ଲୁଟେରା ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ଜାଣନ୍ତୁ କିଛି ରୋଚକ କଥା

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image