Categories: ଜାତୀୟ

ସୋପୋର ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ,୨୧ ।୬: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାର୍କମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ, ଏନକାଉଣ୍ଟର ପୁଲୱାମାର ଦୁଜାନ ଗାାଁରେ ଚାଲିଛି । ସୁରକ୍ଷାକର୍ମୀ ଏଠାରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ଏନକାଉଣ୍ଟର ଆରମ୍ଭ କରିଛନ୍ତି । ପୋଲିସର ସଂଯୁକ୍ତ ଟିମ ଉକ୍ତ ଅଞ୍ଚଳକୁ ସିଲ କରି ଏନକାଉଣ୍ଟର ଆରମ୍ଭ କରିଥିଲା । ଏହା ଜାଣିବା ପରେ ଆତଙ୍କବାଦୀମାନେ ସୁରକ୍ଷାର୍କମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ହେଲେ ସୁରକ୍ଷାକାର୍ମୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ । ହେଲେ ଏବେ ପର୍ଯ୍ୟନ୍ତ ସେଠାରେ କେତେଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Share