Posted inଜାତୀୟ

ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସ୍ଥାନୀୟ କୁଲଗାମ୍‌ ଜିଲାର ଚିଙ୍ଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଶନିବାର ସକାଳେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଠାରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଅତ୍ମ ସମର୍ପଣ ପାଇଁ ଆତଙ୍କବାଦୀଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ସେମାନେ ଖସିଯିବା ଲାଗି ଗୁଳି ଚାଳନା କରିଥିଲେ। ଏହାର ଜବାବରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ମୃତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ସେମାନଙ୍କଠାରୁ ଏମ୍‌-୪ ରାଇଫଲ୍‌ ଏବଂ ପିସ୍ତଲ ଜବତ ହୋଇଛି। ଏହି ଅଞ୍ଚଳରେ ପୁଣି କେତେକ ଆତଙ୍କବାଦୀ ଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆରଜି କର ମେଡିକାଲ ଭଳି ଘଟଣା! ଜୁନିୟର ଡାକ୍ତରଙ୍କୁ ହସ୍ପିଟାଲରେ ବଳାତ୍କାର

ଗଓ୍ବାଲିଅର,୭।୧: ମଧ୍ୟପ୍ରଦେଶ ଗୱାଲିଅରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। କୋଲକାତା ଆରଜି ମେଡିକାଲ ଘଟଣା ପରେ ଗଓ୍ବାଲିଅରର ଏହି ଘଟଣା ସମସ୍ତଙ୍କର ଛାତି ଥରେଇ...

ମାଗଣା ଯୋଜନା ପାଇଁ ଟଙ୍କା ଅଛି ହେଲେ ବିଚାରପତିଙ୍କ ଦରମା ପାଇଁ… ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସରକାରଙ୍କୁ କଡା ଛାଟ ଦେଇଛନ୍ତି ସୁପ୍ରିମକୋର୍ଟ। ଜିଲା କୋର୍ଟ ବିଚାରପତିଙ୍କ ଦରମା ଏବଂ ପେନଶନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରଛି।...

‘ଦିଲ୍ଲୀରେ ମୋଦିଙ୍କର ୨୭୦୦ କୋଟିର ରାଜମହଲ; ଦିନରେ ୩ ଥର ପୋଷାକ ବଦଳାଉଛନ୍ତି, ୧୦ ଲକ୍ଷ ଟଙ୍କିଆ କଲମରେ ଲେଖୁଛନ୍ତି’

ନୂଆଦିଲ୍ଲୀ,୭।୧: ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହେବାର ପରେ ପରେ ଆମ୍‌ ଆଦ୍‌ମୀ ପାର୍ଟୀର ବଡ଼ ନେତାମାନେ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାର ଏବଂ...

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା...

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫...

ନେପାଳ ପରେ ଭାରତରେ ବଡ଼ ଧରଣର ଭୂକମ୍ପ ଝଟ୍‌କା! ଲୋକେ ଛାନିଆ…

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଛନ୍ତି।...

ମହାମାରୀ ରୂପ ନେବ HMPV ଭାଇରସ! ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୭।୧: HMPV ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ସମୟରେ, ଭାରତରେ ମଧ୍ୟ ୬ଟିି ମାମଲା ଚିହ୍ନଟ ହେବା ପରେ ଲୋକେ ଭୟଭୀତ...

କୋର୍ଟଙ୍କ ବଡ଼ ରାୟ, ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବେ ବୋହୂ

ନୂଆଦିଲ୍ଲୀ,୭।୧:ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri