ଆତଙ୍କବାଦୀଙ୍କ ସହ ମୁହାଁମୁହିଁ, ୨ ପାକିସ୍ତାନର ସୁରକ୍ଷାକର୍ମୀ ନିହତ…

ଇସଲାମାବାଦ,୩।୭ : ପାକିସ୍ତାନର ବାଲୁଚିସ୍ତାନର ହୋଶାବ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଦୁଇ ଜଣ ପାକିସ୍ତାନୀ ସେନା ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ଆନ୍ତଃସେବା ଜନସମ୍ପର୍କ ବିଭାଗ (ଆଇଏସଆରପି) ସୂତ୍ର ଆଧାରରେ ଏଆରଓ୍ବାଇ ନ୍ୟୁଜ ରିପୋର୍ଟ କରିଛି।

ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ କହିଛି ମେଜର ସାକିବ ହୁସେନ ଏବଂ ନାୟକ ବକିର ଅଲି ବାହାଦାରୀ ନାମକ ଦୁଇଜଣ ଯବାନଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଆଇଏସଆରପି କହିଛି ଆତଙ୍କବାଦୀଙ୍କ ବିପଦକୁ ହଟାଇବା ପାଇଁ ସୁରକ୍ଷା କର୍ମୀମାନେ ସଂକଳ୍ପବଦ୍ଧ।
ରବିବାର ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ସୁରକ୍ଷା ଯାଞ୍ଚ ପଏଣ୍ଟରେ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାରେ ଚାରିଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଅଧିକାରୀ କହିତବଲେ ବାଲୁଚିସ୍ତାନର ଶେରାନି ଜିଲାର ଏକ ଚେକପୋଷ୍ଟରେ ଏହି ଆକ୍ରମଣ ହୋଇଥିଲା।

Share