ନୂଆଦିଲ୍ଲୀ/ଓ୍ବାଶିଟନ,୬।୩ : ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଚାଇନା ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଉପରେ ଚାଇନା ତୀକ୍ଷଣ ନଜର ରଖିଛି ଏବଂ ଯଦି ରୁଷିଆ ୟୁକ୍ରେନରେ ସଫଳ ହୁଏ ତେବେ ଚାଇନା ମଧ୍ୟ ଏଲଏସିରେ ଉତ୍ତେଜନା ସୃଷ୍ଟି କରି ଭାରତ ଉପରେ ଆକ୍ରମଣ କରିବାକୁ ଉତ୍ସାହିତ ହୋଇପାରେ। ରାଇସିନା ସଂଳାପର ଅଷ୍ଟମ ସଂସ୍କରଣରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜିମ ମ୍ୟାଟିସ ଏହି ଦାବି କରିଛନ୍ତି।