ଗରିବ, ଖଟିଖିଆଙ୍କୁ ଉଚ୍ଛେଦ, ବଡ଼ବଡ଼ିଆଙ୍କୁ ମାଫ୍‌

ବରଗଡ଼,୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଉଛି। ପ୍ରଶାସନର ଏହି ଉଚ୍ଛେଦରେ ଗରିବ, ଖଟିଖିଆ ଲୋକଙ୍କ ଘରଦ୍ୱାର, ଠେଲା ଦୋକାନ ଭାଙ୍ଗି ଦିଆଯାଉଛି। ଅନ୍ୟପଟେ ବଡ଼ବଡ଼ିଆ ଲୋକେ ସରକାରୀ ଜମିରେ କୋଠାବାଡ଼ି କରିଥିଲେ ସୁଦ୍ଧା ସେଠାକୁ ପ୍ରଶାସନର ହାତ ଅପହଞ୍ଚ ହୋଇପଡ଼ିଛି। ଉଚ୍ଛେଦ ପ୍ରକ୍ର୍ରିୟାରେ ଥିଲାବାଲାଙ୍କୁ ଅହେତୁକ ଅନୁକମ୍ପା ଏବଂ ଗରିବ ଖଟିଖିଆଙ୍କୁ ବିନା ଥଇଥାନରେ ହଟାଇ ଦିଆଯିବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସେଭଳି ପାତରଅନ୍ତର ନୀତି ଯୋଗୁ ଉଚ୍ଛେଦରେ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ସାଧାରଣରେ ଭିନ୍ନ ସନ୍ଦେହ ସୃଷ୍ଟି ହେଉଥିବାବେଳେ ପ୍ରଶାସନ ଉପରେ ମଦଧ୍ୟଦ ଲୋକେ ଆସ୍ଥା ହରାଇ ବସିଛନ୍ତି। କେବଳ ସେତିକି ନୁହେଁ, ଶାସକ ଦଳର ନେତା, ମନ୍ତ୍ରୀଙ୍କ ପ୍ରତି ମଧ୍ୟ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ବରଗଡ଼ ଗସ୍ତରେ ପ୍ରଥମେ ଆସିଥିବାବେଳେ ଜବରଦଖଲରେ ରହିଥିବା ବଡ଼ବଡ଼ିଆଙ୍କ ଅଟ୍ଟାଳିକାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗଣମାଧ୍ୟମ ଆଗରେ ଖୋଦ୍‌ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଥିଲେ। କିନ୍ତୁ ବରଗଡ଼ରେ ଯେଭଳି ଢଙ୍ଗରେ ଉଚ୍ଛେଦ ଚାଲିଛି, ସେଥିରେ ବଡ଼ବଡ଼ିଆ ଜବରଦଖଲକାରୀ ଖସି ଯାଉ ଥିବାବେଳେ ଗରିବ, ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି। ବଡ଼ବଡ଼ିଆଙ୍କୁ ମାଫ୍‌ ଏବଂ ଗରିବ, ଖଟିଖିଆଙ୍କୁ ଉଚ୍ଛେଦ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବରଗଡ଼ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଥିବା ସ୍ଥାନୀୟ ଲେଙ୍ଗୁମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତାପାର୍ଶ୍ୱ ଜବରଦଖଲକୁ ଏ ଯାଏ ଉଚ୍ଛେଦ କରାଯାଇ ପାରିନାହିଁ। ଜବରଦଖଲକାରୀଙ୍କୁ ନୋଟିସ୍‌ ପରେ ନୋଟିସ୍‌ କରାଯାଉଛି। ହେଲେ ତାହା ନୋଟିସ୍‌ରେ କେବଳ ସୀମିତ ରହିଯାଉଛି।

୨୦୨୩ରୁ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଦାବି ଜୋର୍‌ ଧରିଥିଲା। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୨ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ। ଜବରଦଖଲକାରୀଙ୍କୁ ଚିରାଚରିତ ଢଙ୍ଗରେ ପୌର ପ୍ରଶାସନ ନୋଟିସ୍‌ ଦେଇଛି। କିଛି ଲୋକଙ୍କ ଶୁଣାଣି ବି ସରିଛି। ଏହାସତ୍ତ୍ୱେ ଉଚ୍ଛେଦ ହେଉ ନାହିଁ। ଅନ୍ୟପଟେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ପୂର୍ବରୁ ହୋଇଥିବା ଆଂଶିକ ଉଚ୍ଛେଦ ସ୍ଥାନରେ ପୁଣି ନିର୍ମାଣ କାର୍ଯ୍ୟ ଚାଲିବା ଚର୍ଚ୍ଚାର ବିଷୟ ହୋଇଛି।

ସେହିପରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ଜୋର୍‌ ଧରିଥିଲା। ନିର୍ବାଚନରେ ମଧ୍ୟ ଏହା ପ୍ରଭାବ ପକାଇଥିଲା। ଏପରି କି ଏହି ପ୍ରସଙ୍ଗ ଯୋଗୁ ବିଜେଡିକୁ ବରଗଡ଼ ଆସନ ହରାଇବାକୁ ପଡ଼ିଲା ବୋଲି ସାଧାରଣରେ ଆଲୋଚିତ ହେଉଛି। ଅନ୍ୟପଟେ ବିଧାୟକ ବଦଳିଲେ, ସରକାର ବି ବଦଳି ଗଲା। କିନ୍ତୁ ସହରବାସୀଙ୍କ ଦୀର୍ଘବର୍ଷର ଏହି ଉଚ୍ଛେଦ ଦାବି ଯେଉଁ ତିମିରେକୁ ସେହି ତିମିରେ ରହି ଯାଇଛି। ଉଚ୍ଛେଦ ଦାବି ଆରମ୍ଭ ହେବା ପରଠାରୁ ତତ୍କାଳୀନ ଜିଲାପାଳଙ୍କ ବଦଳି ହୋଇଛି। ଏହା ସହିତ ୨ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ୨ଉପଜିଲାପାଳ ମଧ୍ୟ ବଦଳି ସାରିଲେଣି। କିନ୍ତୁ ରାସ୍ତା ଜବରଦଖଲ ଯେମିତିକୁ ସେମିତି ରହିଛି।
ଅପରପକ୍ଷେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରା ନ ଯାଇ ବୁଲଡୋଜର ଲଗାଇ ଗରିବ, ଖଟିଖିଆଙ୍କ ଘର, ଠେଲା ଦୋକାନକୁ ହଟାଇ ଦିଆଯାଉଥିବାରୁ ପ୍ରଶାସନକୁ ମଧ୍ୟ ଲୋକହସା ହେବାକୁ ପଡୁଛି। ଏପରି କି ଏହି ପ୍ରସଙ୍ଗ ଉଠାଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଛି। ଗତ କିଛିଦିନ ତଳେ ବାନ୍ଦୁଟିକ୍ରା ଛକରେ ହୋଇଥିବା ଉଚ୍ଛେଦକୁ ନେଇ ଏଭଳି ସ୍ଥିତି ଉପୁଜିଥିଲା। ଦୋକାନୀ ଜଣକ ପ୍ରୟାଗରାଜ କୁମ୍ଭମେଳାକୁ ଯାଇଥିବାବେଳେ ସେଠାରେ ରହିଥିବା ତାଙ୍କ ଦୋକାନକୁ ଉଚ୍ଛେଦ ପ୍ରକ୍ରିୟାରେ ଭାଙ୍ଗି ଦିଆଯାଇଥିଲା। ସେ କୁମ୍ଭମେଳାରୁ ଫେରିବା ପରେ ତାହା ଦେଖି ପ୍ରତିବାଦ କରିବାରୁ କିଛି ସମୟ ଧରି ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ପୋଲିସ ବୁଝାଶୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି ଧନୁଯାତ୍ରା ପୂର୍ବରୁ ଜୀରାନଦୀ କୂଳ ନିକଟରେ ଜଣେ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ ସମୟରେ ବୃଦ୍ଧା ଜଣକ ବୁଲଡୋଜର ଉପରକୁ ଚଢ଼ି ପ୍ରତିବାଦ କରିଥିଲେ ଏବଂ ଘଟଣାଟି ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଭଳି ପ୍ରତିବାଦ, ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପ୍ରଶାସନକୁ ସମାଲୋଚିତ ହେବାକୁ ପଡୁଥିବା ସତ୍ତ୍ୱେ ଚାପ, ଭୟ ନା ଅନୁକମ୍ପାରୁ ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରାଯାଉ ନାହିଁ ବୋଲି ସବୁଦିନ ଚା ଖଟିରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଖଲ୍ଲିକୋଟ,୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି (୨୮) ମଙ୍ଗଳବାର ଅପରାହ୍ନରେ ଗ୍ରାମର ମଶାଣି...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

ମହିଳାଙ୍କର ଏହି ଯୋଜନାର ଡେଡ୍‌ଲାଇନକୁ ବଢାଇଲେ ସରକାର?

ନୂଆଦିଲ୍ଲୀ,୨।୪: ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସରକାରୀ ଯୋଜନା ‘ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର’କୁ 31 ମାର୍ଚ୍ଚ, 2025...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କ ପରଲୋକ

ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର...

ସାବଧାନ! ଆପଣଙ୍କ ଘର ମୂଳଦୁଆ ହୋଇପାରେ ଦୁର୍ବଳ: ରାଜ୍ୟରେ ମିଳୁଛି ନକଲି ଲୁହାଛଡ଼

ଭୁବନେଶ୍ୱର,୨।୪: ରାଜ୍ୟରେ ମିଳୁଥିବା ପ୍ରତ୍ୟେକ ମୂଲ୍ୟବାନ ସାମଗ୍ରୀଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଲୁହାଛଡ଼ ମଧ୍ୟ ନକଲି ମିଳୁଛି। ଗତ ପାଞ୍ଚ...

କିଏ ସେହି ପୁନମ ଗୁପ୍ତା, ଯିଏ ଥିଲେ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା, ଏବେ ହେବେ RBIର ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨।୪: RBIର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ଜଣେ ମହିଳା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image