
କେସିଙ୍ଗା,୨୧.୩(ତୁମେଶର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ପ୍ରାୟ ୩୦୦ ଏକର ଗୋଚର ଭୂମିକୁ ଲୋକେ ଜବରଦଖଲ କରି ଚାଷ କରୁଥିବା ଏବଂ ରୋଡ ରାସ୍ତାକୁ ଜବରଦଖଲ କରି ଘର ର୍ନିମାଣ କରିଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଉଚ୍ଛେଦ କରାଯାଇଛି।, ଲକ୍ଷ୍ମୀ ବସ ଗାଁ ଭିତରକୁ ଆସିପାରୁନଥିବା ଭଳି ଅଭିଯୋଗ ବାରମ୍ବାର କଳାହାଣ୍ଡି ଜ଼ିଲ୍ଲାପାଳ ଏବଂ କେସିଙ୍ଗା ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ହରି ଶଙ୍କର ମାଝୀ, ରାଜସ୍ବ ସୁପର ଭାଇଜର ହିମାଂଶୁ ପଧାନ ଏବଂ ଭେଙ୍କଟ ରମଣ ସେନାପତି, ତୁଣ୍ଡଲା ରାଜସ୍ବ ନିରୀକ୍ଷକ ସରୋଜ ତାଣ୍ଡି ଜବରଦଖଲ ଉଛେଦ ପାଇଁ ଆସିଥିବାବେଳେ ଶାନ୍ତି ଶୃଙ୍ଖଲା ରକ୍ଷା ପାଇଁ ଆଦର୍ଶ ଥାନାରୁ ପୋଲିସ ଏସ,ଆଇ ଅରୀକ୍ଷିତ ମାଝୀ, ରାସବିହାରୀ ସା, ଜ୍ଞାନ ରଞ୍ଜନ ମାଝୀ ଏବଂ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତ ଥିବାବେଳେ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା l ସିରଜାପାଲି ଉଚ୍ଚ ବିଦ୍ୟାଳୟରୁ ବେଲଖଣ୍ଡି କଲେଜ ରାସ୍ତା ରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ସମସ୍ତ ଘର, ବାରି କୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି l ଏପ୍ରିଲ ୧୫ ତାରିଖ ମଧ୍ୟରେଜବରଦଖଲ କରିଥିବା ସମସ୍ତ ଗୋଚର ଭୂମି, ଗ୍ରାମ୍ୟ ଜଙ୍ଗଲ, ତଥା ଅନ୍ୟାନ୍ୟ ସରକାରୀ ଜମି ଏବଂ ସିରଜାପାଲିରୁ ଦିଗଶିରା ରାସ୍ତାର ଜବରଦଖଲ ଉଚ୍ଛେଦ ହେବ ଏବଂ ପୁନଃ ଯଦି ଜବରଦଖଲ କରିବାକୁ ଚେଷ୍ଟା କରାଯାଏ, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କେସିଙ୍ଗା ତହସିଲଦାର କହିଥିଲେ l ସିରଜାପାଲି ର ଏହି ଜବରଦଖଲ ପ୍ରକ୍ରିୟାକୁ ଗ୍ରାମବାସୀ ସ୍ବାଗତ କରିଥିବା ଏବଂ ତହସିଲଦାର ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଗ୍ରାମର ସମସ୍ତ ରାସ୍ତା ଏବଂ ଅନ୍ୟାନ୍ୟ ସରକାରୀ ଜମି ଶୀଘ୍ର ଜବରଦଖଲ ମୁକ୍ତ କରିବାପାଇଁ ତହସିଲଦାର ଙ୍କ ନିକଟରେ ଦାବି ଜଣାଇଛନ୍ତି l