ଐତିହାସିକ ଖଣ୍ଡଗିରି ଗୁମ୍ଫାରେ ନିକଟରେ ବଢୁଛି ଜବରଦଖଲ: ଚିନ୍ତା ପ୍ରକଟ କଲେ ଓଡ଼ିଶା ହାଇକୋର୍ଟ

କଟକ,୨।୧୦: ଐତିହାସିକ ଖଣ୍ଡଗିରି ଗୁମ୍ଫା ନିକଟରେ ବୃଦ୍ଧି ପାଉଥିବା ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ଖୋର୍ଦ୍ଧା ଜିଲାପାଳ, ଭୁବନେଶ୍ୱର ଡିସିପି ତଥା ଏଏସଆଇ(ଭୁବନେଶ୍ୱର ସର୍କଲ) ର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସଂରକ୍ଷିତ ସ୍ଥାନରୁ ଜବରଦଖଲ ହଟାଇବା ପାଇଁ ସେମାନଙ୍କ ପ୍ରସ୍ତାବିତ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର 8 ରେ ହାଜର ହେବା ପୂର୍ବରୁ ଅଧିକାରୀମାନେ ଜବରଦଖଲ ଉଛେଦ କରିବା ଲାଗି ସେମାନଙ୍କର ଯୋଜନା ପ୍ରସ୍ତୁତ କରି ଆସିବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ସାବିତ୍ରୀ ରାଠୋଙ୍କୁ ନେଇ ଗଠିତ ଖଣ୍ଡଗିରି ଗୁମ୍ଫା ତଥା ଏହାର ଆଖପାଖରେ ଅନଧିକୃତ ଜବରଦଖଲକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଯାହାର ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ରହିଛି। ତେଣୁ ପରିସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏକ ସଂଗଠନ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଆଧାରରେ ହାଇକୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।