ଗଞ୍ଜାମ,୧୯।୩(ଡି.ଏନ୍.ଏ.): ଗଞ୍ଜାମ ସହରରେ ୩ ଦିନ ଧରି ଚାଲିଥିବା ଐତିହାସିକ ଦୋଳଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ଠାକୁର ଦୋଳ ବିମାନରେ ସ୍ବମନ୍ଦିରକୁ ଫେରିଛନ୍ତି । ଫେରିବା ବେଳେ ଠାକୁରଙ୍କୁ ଚଣା ଶାକର ଭୋଗ ଲଗାଯାଇଛି । ଠାକୁରଙ୍କୁ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ଗିନି, ମୃଦଙ୍ଗ ବଜାଇ ମନ୍ଦିରକୁ ନିଆଯାଇଥାଏ। ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ଚୌଧୁରୀ ସାହି, ଓଡ଼ିଆ ଢମଣା ସାହି, ବ୍ରାହ୍ମଣ ଢମଣା ସାହି, ସୂର୍ଯ୍ୟ ନାରାୟଣପୁର ଆଦି ଗ୍ରାମର ଠାକୁର ସାହି ଯାତ୍ରା ପରେ ବଜାର ଯାତ୍ରା ଆରମ୍ଭ କରି ମନ୍ଦିରକୁ ଫେରିଛନ୍ତି।