Categories: ଜାତୀୟ

ଅମରନାଥ ଯାତ୍ରା ଶେଷ: ବାବାଙ୍କ ଦର୍ଶନ କଲେ ୪.୪୨ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୩୧।୮: ଛରି ମୁବାରକ ପୂଜା ସହିତ ଅମରନାଥ ବାର୍ଷିକ ଯାତ୍ରା ସମାସ୍ତା ହୋଇଛି। ଏଥର ପ୍ରାୟ ସାଢେ ଚାରି ଲକ୍ଷ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ। ଗୁରୁବାର ସକାଳେ ଅମରନାଥ ଯାତ୍ରାର ଛରି ମୁବାରକ ପବିତ୍ର ଗୁମ୍ଫାରେ ପହଞ୍ଚିଥିଲା। ପବିତ୍ର ଗୁମ୍ଫାରେ ଭଗବାନ ଶିବଙ୍କ ପୂଜା ସହିତ ଏହି ବର୍ଷର ୬୨ ଦିନିଆ ଯାତ୍ରା ମଧ୍ୟ ଶେଷ ହୋଇଥିଲା। ୨୦୨୨ରେରେ ପ୍ରାୟ ତିନି ଲକ୍ଷ ତୀର୍ଥଯାତ୍ରୀ ବାବା ବର୍ଫାନୀଙ୍କ ପରିଦର୍ଶନ କରିଥିଲେ।

Share