Categories: ଖେଳ

ଦ୍ୱିତୀୟ ଦିନର ଖେଳ ଶେଷ: ବାଂଲାଦେଶ ୮/୧୩୩

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪ ରନ୍‌ର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ଆଠ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲା। ଟିମ ଇଣ୍ଡିଆର ୧୭୧ ରନ ଅଗ୍ରଣୀ ରହିଛି ଏବଂ ବାଂଲାଦେଶ ହାତରେ ଦୁଇଟି ଉଇକେଟ ବାକି ଅଛି। ଦିନିକିଆ ସିରିଜରେ ଚମତ୍କାର ବ୍ୟାଟିଂ କରିଥିବା ମେହିଦି ହାସନ ମିରାଜ ଏବଂ ଇବାଦତ ହାସନ କ୍ରିଜରେ ଅଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ଏକ ଭଲ ସହଭାଗୀତା ହୋଇଛି ଏବଂ ତୃତୀୟ ଦିନରେ ଏହି ଯୋଡି ନିଜ ଦଳକୁ ଫଲୋଅର୍ସରୁ ବଞ୍ଚାଇବାକୁ ଚେଷ୍ଟା କରିବେ। କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ। କୁଲଦୀପ ଚାରିଟି ଏବଂ ସିରାଜ ତିନିଟି ଲେଖାଏ ଉଇକେଟ ନେଇଥିଲେ। ଉମେଶ ଯାଦବ ଗୋଟିଏ ଉଇକେଟ ପାଇଥିଲେ।
ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୪୦୪ ରନ ସଂଗ୍ରହ କରିଥିଲା। ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର ଏବଂ ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

Share