ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍‌-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ

ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ। ପାର୍ବଣ ଋତୁର ଆରମ୍ଭ ଗଣେଶ ପୂଜାରୁ ବଜାରରେ ଆଶିଂକ ଚମକ ଆଣିଦେଇଥିବାବେଳେ ନବରାତ୍ରୀ ସେଥିରେ ରଙ୍ଗ ଭରିଥିଲା। ଏହି ସମୟରେ ଲୋକଙ୍କ କିଣାକିଣି ଚାହିଦା ବ୍ୟବସାୟୀଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ଅଧିକରୁ ଅଧିକ ମାଲ ଆଣି ବଜାରରେ ଠୁଳ କରିଥିଲେ। ଯାହାକୁ ନେଇ ଏବେ ସେମାନେ ଚିନ୍ତାରେ ପଡିଛନ୍ତି। ଦିଓ୍ବାଲୀ ଶେଷ ଅର୍ଥାତ ପାର୍ବଣ ଋତୁ ଶେଷ ହୋଇଥିବାବେଳେ ଲୋକ ବଜାରରୁ ମୁହଁ ଫେରାଇ ନେଇଛନ୍ତି। ଏବେ ନିଜ ନିଜ ଦୋକାନରେ ଠୁଳ କରିଥିବା ଟିକନିକ ସାମଗ୍ରୀ କିପରି ବିକ୍ରି ହେବ ସେନେଇ ବ୍ୟବସାୟୀଙ୍କ ଠାରେ ଭାଳେଣି ପଡିଲାଣି।

ପାର୍ବଣ ପରେ ଲୋକଙ୍କ ଚାହିଦା କମିଛି। ସେମାନେ ଆଉ କୌଣସି ମାର୍କେଟିଗଂ କରିବାକୁ ଆଗ୍ରହୀ ନାହାନ୍ତି। ତେବେ ଏହି ସମୟରେ ବଜାରରେ ଜମା ହୋିଥିବା ଜିନିଷ ଦେଖି ବ୍ୟବସାୟୀ ମୁଣ୍ଡରେ ହାତ ଦେଇଛନ୍ତି।
ବଜାର ବିଶେଷଜ୍ଞନୁସାରେ, ଚଳିତବର୍ଷ ପାର୍ବଣ ଋତୁରେ ଯେତିକି ଆଶା କରାଯାଉଥିଲା, ଲୋକଙ୍କ ଠାରେ ସେତିକି ଚାହିଦା ଦେଖିବାକୁ ମିଳିଲା ନାହିଁ। ପରେ ଯେତେବେଳେ ପାର୍ବଣ ସରିଗଲା ଏବେ ପୁରkାମାର୍କେଠ ଠପ୍‌ ପଡିଯାଇଛି। ଲୋକେ ଆଉ ଜିନିଷ କିଣିବାକୁ ଆସୁ ନାହାନ୍ତି। ଦିଓ୍ବାଲୀ ପରଠାରୁ ମାର୍କେଟ ଶୂନଶାନ ହୋଇଯାଇଛି। ବିସ୍କୁଟ, ଚକଲେଟ୍‌ ଓ କନଫେକ୍ସନାରୀ ସେଗମେଣ୍ଟରେ ଚାହିଦା ସବୁଠୁ କମ୍‌ ଦେଖିବାକୁ ମିଳିଛି। ସେହିପରି ବ୍ୟୁଟି ଓ କସମେଟିକ ପ୍ରଡକ୍ଟ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ସମ ଭାବରେ ସାବୁନ ଓ ଡିଟରଜେଣ୍ଟର ଅବସ୍ଥା ସେହିଭଳି ରହିଛି। ଏହାର ଅନେକ ଗୁଡିକ ଷ୍ଟକ ମାର୍କେଟରେ ପଡି ରହିଛି। ଫେଷ୍ଟିଭ ସିଜିନ ପରେ ଲୋକେ ଲିପଷ୍ଟିକ-କ୍ରିମ, ପାଉଡର ଆଦି ଜିନିଷ ନେବା ବନ୍ଦ କରିଦେଇଛନ୍ତି। ଯାହାକୁ ନେଇ ରିଟେଲର ଓ ଡ୍ରିଷ୍ଟିବ୍ୟୁଟର ଚିନ୍ତାରେ ପଡିଛନ୍ତି। ବ୍ୟବସାୟୀଙ୍କନୁସାରେ, ଯେଉଁ ମାଲ ଗୋଟିଏରୁ ଦୁଇ ସପ୍ତାହ ମଧ୍ୟରେ ଖଲାସି ହେଇ ଯାଉଥିଲା ଏବେ ତାହା ମାସ ମାସ ଧରି ପଡି ରହୁଛି।
କଞ୍ଜ୍ୟୁମର ଗୁଡସ୍‌ କମ୍ପାନୀମାନେ ପରସ୍ଥିତି ସମ୍ପର୍କରେ କହିଛନ୍ତି, ଏହି ସମସ୍ୟା ଉଭା ହେବାର କାରଣ ଇ-କମର୍ସ ପ୍ଲାଟଫର୍ମ ଓ ଛୋଟ କମ୍ପାନୀ ମୁଣ୍ଡ ଟେକିଛନ୍ତି। ପାର୍ବଣ ପରେ ଗ୍ରାମୀଣ ଅଞ୍ଚଳରେ ଚାହିଦା ଖୁବ ହ୍ରାସପାଇଛି। ପରିସ୍ଥିତିର ମୁକାବିଲା ପାଇଁ କମ୍ପାନୀମାନେ ଶସ୍ତା ପ୍ୟାକ୍‌ ଲଞ୍ଚ କରିବାକୁ ଯାଉଛନ୍ତି।

Share